ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଗୁଗୁଲ ଫର୍ମ; ନିଜର ନାମ, ପାସପୋର୍ଟ ନମ୍ବର ଏବଂ ରହିଥିବା ସ୍ଥାନର ବିବରଣୀ ଦେବାକୁ କହିଲେ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୧୧ ଦିନ ଧରି ଯୁଦ୍ଧ ଚାଲିଛି । ଉଭୟ ଦେଶ ପରସ୍ପରକୁ କଡ଼ା ଟକ୍କର ଦେବାରେ ଲାଗିଛନ୍ତି । ଯୁଦ୍ଧ ଫଳରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଏହା ମଧ୍ୟରେ ହଙ୍ଗେରୀରେ ଥିବା ଭାରତୀୟ ଦୂତାବାସ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛି ଯେ ଆଜି ଅପରେସନ୍ ଗଙ୍ଗାର ଶେଷ ବିମାନ ଅଟେ । ତେଣୁ ସେଠାରେ ଫସି ରହିଥିବା ଲୋକମାନେ ଆଜି ସକାଳ ୧୦ ଟାରୁ ୧୨ ଟା ମଧ୍ୟରେ ବୁଦ୍ଧାପେଷ୍ଟ, ହଙ୍ଗେରିଆ ସିଟି କିମ୍ବା ରାକୋଜି ୟୁଟି ୯୦ ରେ ପହଞ୍ଚିବା ପାଇଁ କହିଛନ୍ତି । ସେପଟେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସେଠାରେ ଥିବା ସମସ୍ତ ଭାରତୀୟଙ୍କୁ ମୋବାଇଲ୍ ନମ୍ବର, ଅବସ୍ଥାନ ବିବରଣୀ ସହିତ ତୁରନ୍ତ ଯୋଗାଯୋଗ କରିବାକୁ କହିଛନ୍ତି । ଏଥିପାଇଁ ଦୂତାବାସ ଏକ ଗୁଗୁଲ୍ ଫର୍ମ ମଧ୍ୟ ଜାରି କରିଛି। ଏନେଇ ଦୂତାବାସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ନାମ, ପାସପୋର୍ଟ ନମ୍ବର ଏବଂ ସାମ୍ପ୍ରତିକ ଅବସ୍ଥାନ ପରି ମୈଳିକ ବିବରଣୀ ମାଗି ଏକ ଗୁଗୁଲ୍ ଫର୍ମ ପୋଷ୍ଟ କରାଯାଇଛି। ଅନ୍ୟପଟେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନକୁ ଧମକ ଦେଇଥିବାର ଦେଖିବାକୁ ମିଳିଛି । କାହିଁକିନା ରୁଷର ସୈନ୍ୟମାନେ ଆକ୍ରମଣ କରିବା ପରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶରୁ ରୁଷ କଠୋର ଆର୍ଥିକ ପ୍ରତିବନ୍ଧକର ସାମ୍ନା କରୁଛି। ଏହି କାରଣରୁ ରୁଷର ଅର୍ଥନୀତି ଦ୍ରୁତ ଗତିରେ ପ୍ରଭାବିତ ହେଉଛି। ତେଣୁ ଏଥିରେ ରାଗିଯାଇ ମସ୍କୋ ୟୁକ୍ରେନକୁ ଦେଶର ସ୍ଥିତି ଶେଷ କରିବାକୁ ଧମକ ଦେଇଛି। କେବଳ ଏତିକି ନୁହେଁ ରୁଷ ୟୁକ୍ରେନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ।

ତେବେ ୟୁକ୍ରେନ ଆଣବିକ ‘ଡର୍ଟି ବୋମ’ ତିଆରି କରୁଥିବାର ଅଭିଯୋଗ କରିଛି । ଏକ ଅଜ୍ଞାତ ଉତ୍ସକୁ ଦର୍ଶାଇ ଅଭିଯୋଗ କରିଛି ଯେ ଚେର୍ନୋବିଲରେ ୟୁକ୍ରେନ ପ୍ଲୁଟୋନିୟମ ଆଧାରିତ ଆଣବିକ ଅସ୍ତ୍ରର ଏକ ଡର୍ଟି ବୋମା ତିଆରି କରୁଛି ବୋଲି ରୁଷର ଗଣମାଧ୍ୟମ ସୂଚନା ଦେଇଛନ୍ତି । ହେଲେ ଏନେଇ ରୁଷ କୌଣସି ପ୍ରମାଣ ଦେଇନଥିବାର ଦେଖିବାକୁ ମିଳିଛି । ରବିବାର ଦିନ ଞଇଝଝ, ଜଓଇ ଏବଂ ଇଣ୍ଟରଫ୍ୟାକ୍ସ ନ୍ୟୁଜ୍ ଏଜେନ୍ସି ରୁଷର ଏକ ଦକ୍ଷ ସଂସ୍ଥାର ପ୍ରତିନିଧୀ” କୁ ଉଦ୍ଧୃତ କରି କହିଛି ଯେ ୨୦୦୦ ରେ ବନ୍ଦ ହୋଇଯାଇଥିବା ଚେର୍ନୋବିଲ ଆଣବିକ ଶକ୍ତି କେନ୍ଦ୍ରରେ ୟୁକ୍ରେନ ଆଣବିକ ଅସ୍ତ୍ର ବିକଶିତ କରୁଛି। କିନ୍ତୁ ୟୁକ୍ରେନ ସରକାର ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ ସୋଭିଏତ ୟୁନିଅନର ଭାଙ୍ଗିବା ପରେ ଏବଂ ପରମାଣୁ ଅସ୍ତ୍ରରେ ୧୯୯୪ ରେ ପରମାଣୁ କ୍ଲବରେ ଯୋଗଦେବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ।

Related Posts