ସରକାର ସମସ୍ତଙ୍କୁ ମାଗଣା ଟୀକା ଘୋଷଣା କରନ୍ତୁ : ବିଜେପି

(ସତ୍ୟପାଠ ବ୍ୟୁରୋ )ଭୁବନେଶ୍ୱର ; ରାଜ୍ୟରେ କରୋନା ସଂକ୍ରମଣ ତାର କାୟା ବିସ୍ଥାର କରୁଥିବା ବେଳେ ରାଜ୍ୟ ସରକାର ମାଗଣା ଟିକା ଘୋଷଣା କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି । ମାଗଣା ଟିକା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହ କିଛି ପ୍ରସ୍ଥାବ ଦେଇଥିଲେ । ଯାହାକି ଗଣମାଧ୍ୟମରେ ପ୍ରଚାର ମଧ୍ୟ କରାଯାଇଥିଲା । ଖୋଲା ବଜାରରେ ଟିକା ମିଳିଲେ ରାଜ୍ୟରେ ଟିକା କରଣ ତ୍ୱରାନିତ ହୋଇ ପାରିବ ବୋଲି ପୃଥୀରାଜ ହରିଚନ୍ଦନ କହିଥିଲେ । କେନ୍ଦ୍ର ସରକାର ଏହି ବିଷୟରେ ବିଶେଷଜ୍ଞ ଡାକ୍ତର, ଟୀକା ପସ୍ତୁତକାରୀ କମ୍ପାନୀ ସହ ଆଲୋଚନା କରି ଖୋଲା ବଜାରରେ ୫୦ ପ୍ରତିଶତ ଟିକା ଉପଲବ୍ଧ କରାଇବାର ବ୍ୟବସ୍ଥା ଗ୍ରହଣ କଲେ । ମେ ୧ ରୁ ୧୮ ବର୍ଷରୁ ଉର୍ଦ୍ଦ ବ୍ୟକ୍ତି ଟିକା ଗ୍ରହଣକରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଉତ୍ତରପ୍ରଦେଶ, ଛତିଶଗଡ, ଆସାମ ଓ ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟ ମାନେ ନିଜ ରାଜ୍ୟ ପାଇଁ ଟୀକା କିଣି ରାଜ୍ୟବାସୀଙ୍କୁ ମାଗଣା ଟିକା ଦେବେ ବୋଲି ଘୋଷଣା କରିଥିଲେ । ସେହିପରି ଭାବରେ ଏନେଇ ୨୪ ଘଣ୍ଟା ମଧ୍ୟରେ ସରକାର ଟିକା ଘୋଷଣା କରନ୍ତୁ ବୋଲି ପୃଥୀରାଜ ହରିଚନ୍ଦନ କହିଛନ୍ତି । ଏହା ପୂର୍ବରୁ ରାଜ୍ୟରେ କରେନା ସଂକ୍ରମଣ ଦ୍ୱତୀୟ ଲହର ଉପରେ ସଠିକ ପରିଚାଳନାକୁ ପାଇଁ ସରକାରଙ୍କୁ ପ୍ରସ୍ଥାବ ଦେଇଥିଲୁ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ସ୍ୱାସ୍ଥ୍ୟ ବିଭାଗ କି ରାଜ୍ୟ ସରକାର ଦେଇନାହାଁନ୍ତି ବୋଲି ରାଜ୍ୟ ବିଜେପି ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ।

Related Posts