ଦୁଷ୍କର୍ମ ଅଭିଯୁକ୍ତ ସ୍ୱାମୀ ନିତ୍ୟାନନ୍ଦଙ୍କ କରୋନା ବିଜ୍ଞପ୍ତି


ଭାରତୀୟଙ୍କୁ କୈଳାସ ଦେଶ ମନା
(ସତପାଠ ବ୍ୟୁରୋ)ଭୁବନେଶ୍ୱର: ୨୦୧୯ରେ ଭାରତ ଛାଡି ପଳାଇଥିବା ବଳତ୍କାର ଅଭିଯୁକ୍ତ ନିଜକୁ ଆତ୍ମଘୋଷିତ ଭଗବାନ କହୁଥିବା ନିତ୍ୟାନନ୍ଦ ଭାରତୀୟଙ୍କ କୌଳାସ ଯାତ୍ରା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ।ନିଜ ଦେଶ ପ୍ରତିଷ୍ଠା କରିଥିବା ପଳାତକ କରୋନା ସଂକ୍ରମଣର ଦ୍ୱିତୀୟ ଓ ତୃତୀୟ ଲହର ଯୋଗୁଁ ବ୍ରାଜିଲ , ୟୁରୋପୀୟ ୟୁନିଅନ ଓ ମାଲେସିଆର ଯାତ୍ରୀମାନଙ୍କ ପାଇଁ ଏହାର ସୀମା କୈଳାସ ଦୂତାବାସା ବନ୍ଦ କରିଦେଇଥିଲା |
୨୦୧୦ରେ ଆମେରିକାର ନାଗରିକ ଯିଏ ନିତ୍ୟାନନ୍ଦଙ୍କ ଶିଷ୍ୟ ଥିଲେ ତାଙ୍କୁ ପ୍ରାୟ ୫ ବର୍ଷ ଧରି ଆମେରିକା ଏବଂ ଭାରତରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ସେ ଆନ୍ ଆର୍ବର୍‌, ମିଚିଗାନ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏବଂ କୌଣସି ଆନୁଷ୍ଠାନିକ ତଦନ୍ତ ଆରମ୍ବ କରିନଥିଲେ ।ପ୍ରତିବଦଳରେ ନିତ୍ୟାନନ୍ଦ ତାଙ୍କୁ ମିଥ୍ୟା ବଳତ୍କାର ଅଭିଯୋଗ କାରଣରୁ ମାନହାନି ମକଦ୍ଦମା ଦାୟର କରିଥିଲେ । ସେ ଭାରତର କର୍ଣ୍ଣାଟକ ପୁଲିସ ମଧ୍ୟ ଅଭିଯୋଗ କରିଥିଲେ । ୧୯ ଫେବୃୟାରୀ ୨୦୧୮ ରେ ରାମାନାଗାର ଜିଲ୍ଲା କୋର୍ଟ ଏହି ମାମଲାରେ ନିତ୍ୟାନନ୍ଦ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଅଭିଯୁକ୍ତ ଅପରାଧିକ ସଂଶୋଧନ ଆବେଦନ କରିଥିଲେ । ଯାହାକି ୧୬ ମେ ୨୦୧୮ରେ କର୍ଣ୍ଣାଟକ ହାଇକୋର୍ଟ ଦ୍ୱାରା ଖାରଜ ହୋଇଯାଇଥିଲା ।
୨୦ ନଭେମ୍ବର ୨୦୧୯ରେ ଗୁଜୁରାଟ ପୁଲିସ ଦାବି କରିଥିଲେକି ଯେ ନିତ୍ୟାନନ୍ଦ ଅନେକ କୋର୍ଟର ଶୁଣାଣିରେ ଯୋଗ ନଦେବା ପରେ ଭାରତ ଛାଡି ପଳାଇଛନ୍ତି ।
ଡିସେମ୍ବର ୨୦୧୯ରେ ନିତ୍ୟାନନ୍ଦ ଘୋଷଣା କରିଥିଲେ ଯେ ସେ ଏକ କୈଳାସ ନାମକ ଏକ ନୂତନ ହିନ୍ଦୁ ରାଷ୍ଟ୍ର ସୃଷ୍ଟି କରିଛନ୍ତି । ଏବଂ ପାସପୋର୍ଟ, ମୁଦ୍ରା, ଏବଂ ଅନ୍ୟାନ୍ୟ ଦଲିଲ ଘେଷଣା କରିଥିଲେ । ସେ କହିଛନ୍ତି କୈଳାସ ଏକ ଦେଶ ଯାହାକି ସମଗ୍ର ଦେଶର ବିତାଡିତ ହିନ୍ଦୁମାନଙ୍କ ଦ୍ୱାରା ସୃଷ୍ଟି ହେଇଛି । ଯେଉଁମାନେ ନିଜ ଦେଶରେ ସ୍ୱାଧୀନ ଭାବରେ ହିନ୍ଦୁ ଧର୍ମର ଅଧୀକାର ହରାଇଛନ୍ତି ସେମାନେ ଏଠାକୁ ଆସି ରହିପାରିବେ ।
ଅଗଷ୍ଟ ୨୦୨୦ରେ ,ନିତ୍ୟାନନ୍ଦ ଗଣେଶ ଚତୁର୍ଥୀ ରିଜର୍ଭ ବ୍ୟାଙ୍କ ଅଫ୍ କୈଳାସ ଆରମ୍ଭ କରିଥିଲେ । ଏବଂ ଏହାର ସୁନା ମୁଦ୍ରା କୈଳଶିଆନ୍ ଡଲାର ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ ଏହି ମୁଦ୍ରା ଗୁଡିକର ଡିଜାଇନ ପ୍ରାଚୀନ ୫୬ ହିନ୍ଦୁ ରାଷ୍ଟ୍ର ମୁଦ୍ରା ଦ୍ୱାରା ଅନୁପ୍ରାଣିତ । ଡିସେମ୍ବର ୨୦୨୦ରେ ଘୋଷଣା କରିଥିଲେ ପର୍ଯ୍ୟଟକଙ୍କ ପାଇଁ ତିନି ଦିନିଆ ଭିସା ପ୍ରଦାନ ଆରମ୍ଭ କରିଛନ୍ତି । ଭିସାଧାରୀ ମାନଙ୍କୁ ଅଷ୍ଟ୍ରେଲିଆରେ ଏକ ନୂତନ ଲଞ୍ଚ ହୋଇଥିବା ଘରୋଇ ଚାର୍ଟାର୍ଡ ଫ୍ଲାଇଟ ସେବା ଗାରୁଦ ରେ ଯାତ୍ରା କରିବାକୁ ପଡିବ ବୋଲି ନିତ୍ୟାନନ୍ଦ କହିଥିଲେ ।

Related Posts