(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ଥମିବାର ନା ନେଉ ନଥିବା ବେଳେ ଏବେ ଚିନ୍ତା ବଢାଇଛି ଟ୍ରିପଲ ମ୍ୟୁଟାଣ୍ଟ । ତେବେ ଦେଶରେ ପ୍ରଥମଥର ପାଇଁ ଟ୍ରିପଲ ମ୍ୟୁଟାଣ୍ଟ ପଶ୍ଚିମବଙ୍ଗ ଠାରେ ଚିହ୍ନଟ ହୋଇଥିଲା । ବୈଜ୍ଞନିକମାନେ ଏହାକୁ ବେଙ୍ଗଲ ଷ୍ଟ୍ରେନ କହିବା ସହ ଏହା ଅଧିକ ସଂକ୍ରାମକ ବୋଲି କହିଛନ୍ତି । ଏହା ସହ ଟ୍ରିପଲ ମ୍ୟୁଟାଣ୍ଟର ଭୟାବହତା ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ବୈଜ୍ଞନିକମାନେ କହିଛନ୍ତି । ଏହି ନୂତନ ଷ୍ଟ୍ରେନକୁ ବି.୧.୬୧୮ ନାମରେ ନାମିତ କରାଯାଇଛି । ତେବେ ଏହା ପୂର୍ବ ଭୂତାଣୁ ବି.୧.୬୧୭ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥିବାରୁ ଏହାର ସଂକ୍ରମଣକୁ ନେଇ ଚିନ୍ତା ବଢିଛି । ଟ୍ରିପଲ ମ୍ୟୁଟାଣ୍ଟ କିମ୍ବା ବି.୧.୬୧୮ ଷ୍ଟ୍ରେନ ଡବଲ ମ୍ୟୁଟାଣ୍ଟ ଠାରୁ ଅଧିକ ସଂକ୍ରାମକ । ତେବେ ଏନେଇ ସିଏସଆଇଆର ଇନଷ୍ଟିଚ୍ୟୁଟ ଅଫ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜିରେ ଜିନୋମ ମ୍ୟୁଟେଶନ ଉପରେ ଗବେଷଣା କରୁଥିବା ବିନୋଦ ସ୍କାରିଆ କହିଛନ୍ତି । ଅନ୍ୟପଟେ ଗତ ମାସରେ ମହାରାଷ୍ଟ୍ରରେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ ହେବା ପରେ ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି । ତିନିଥର ରୂପାନ୍ତରିତ ହେଉଥିବା ଏହି ଟ୍ରିପଲ ମ୍ୟୁଟାଣ୍ଟ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ପ୍ରଜାତିର ଲକ୍ଷଣ ରହୁଥିବାର ଅନୁମାନ କରାଯାଇଛି । ତେବେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ଓ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଟ୍ରିପଲ ମ୍ୟୁଟାଣ୍ଟ ସଂକ୍ରମଣରୁ ବାଦ ପଡିବେ ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ଯାହାକି ବର୍ତ୍ତମାନ ସ୍ଥିତିରେ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ।
Related Posts
-
Copyright © SatyaPatha2021