ଆସନ୍ତା ୩ ବର୍ଷରେ ଦେଶରେ ୧୦ଟି ପରମାଣୁ ଉର୍ଜା ପ୍ଲାଣ୍ଟ ପ୍ରତିଷ୍ଠା କରିବେ ଭାରତ ସରକାର: ଖର୍ଚ୍ଚ ହେବ ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ : ଆସନ୍ତା ୩ ବର୍ଷରେ ଦେଶରେ ପ୍ରତିଷ୍ଠା ହେବ ୧୦ଟି ପରମାଣୁ ଉର୍ଜା ପ୍ଲାଣ୍ଟ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଏହି ପରମାଣୁ ଉର୍ଜା ପ୍ଲାଣ୍ଟର ସ୍ଥାପନ କରାଯିବ। କର୍ଣ୍ଣାଟକ କେଗାରେ ୨୦୨୩ରେ ୭୦୦ ମେଗାୱାଟର ପରମାଣୁ ଉର୍ଜା ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନା ସହ ଭାରତ ତିନି ବର୍ଷରେ ୧୦ଟି ପରମାଣୁ ରିଆକ୍ଟର ନିର୍ମାଣ କରିବ।

୨୦୧୭ ଜୁନରେ ୭୦୦ ମେଗାୱାଟର ୧୦ଟି ସ୍ୱଦେଶୀ ବିକଶିତ ପିଏଚଡବ୍ଲୁଆରର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ । ଏହାର ନିର୍ମାଣରେ ୧.୦୫ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ହେବ। ଏହା ପ୍ରଥମ ଘଟଣା ଯେତେବେଳେ ଖର୍ଚ୍ଚ କମ କରିବା ଏବଂ ନିର୍ମାଣକୁ କମ ସମୟରେ ଶେଷ କରିବା ଉଦ୍ଦେଶ୍ୟରେ ଏକା ସାଙ୍ଗରେ ୧୦ଟି ପରମାଣୁ ଉର୍ଜା ରିଆକ୍ଟରର ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।

ବର୍ତ୍ତମାନ ସମୟରେ ଭାରତରେ ୬୭୮୦ ମେଗାୱାଟ କ୍ଷମତା ସହ ୨୨ ରିଆକ୍ଟର କାର୍ଯ୍ୟକ୍ଷମ ଅଛି। ଗୁଜରାଟର କାକରାପାରରେ ୭୦୦ ମେଗାୱାଟର ରିଆକ୍ଟରକୁ ଗତ ବର୍ଷ ଜାନୁଆରୀ ୧୦ରେ ଗ୍ରୀଡ ସହ ଯୋଡା ଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ବାଣିଜ୍ୟିକ ପରିଚାଳନା ଆରମ୍ଭ ହୋଇନାହିଁ।

ପିଏଚଡବ୍ଲୁଆର ପ୍ରାକୃତିକ ୟୁରେନିୟମକୁ ଇନ୍ଧନ ରୂପେ ଏବଂ ଭାରି ଜଳକୁ ମଡେରେଟର ରୂପେ ଉପଯୋଗ କରିଥାଏ। ଏହା ଭାରତର ପରମାଣୁ ଉର୍ଜା କାର୍ଯ୍ୟକ୍ରମର ମୁଖ୍ୟ ଆଧାର ରୂପେ ସାମ୍ନାକୁ ଆସିଛି।

Related Posts