ଆସନ୍ତାକାଲିଠୁ ଦୁଇଦିନ ଭାରତ ବନ୍ଦ, ସେପଟେ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ଼ ୟୁନିୟନ । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି | ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ।

କେନ୍ଦ୍ର ସରକାରଙ୍କ ଦ୍ବାରା କୃଷକ, ଶ୍ରମିକ ଓ ସାଧାରଣ ଜନତା ଅ‌ବହେଳା କରାଯାଉଥିବା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନ ଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ୨୨ରେ ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ଏକ ବୈଠକ ପରେ ଟ୍ରେଡ ୟୁନିଅନ ଗୁଡ଼ିକ କହିଛନ୍ତି ଯେ ସେମାନେ କେନ୍ଦ୍ରର କର୍ମୀ ବିରୋଧୀ, କୃଷକ ବିରୋଧୀ, ସାଧାରଣ ଜନତା ବିରୋଧୀ ତଥା ଜାତୀୟ ବିରୋଧୀ ନୀତିକୁ ବିରୋଧ କରିବେ। ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଗୁଡ଼ିକୁ ଘରୋଇକରଣ କରିବା ସହିତ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ୨୦୨୧ଭଳି ସରକାରଙ୍କ ଯୋଜନାକୁ ବିରୋଧ କରିବାକୁ ବ୍ୟାଙ୍କ ୟୁନିଅନଗୁଡ଼ିକ ବି ଏଥିରେ ଅଂଶଗ୍ରହଣ କରୁଛନ୍ତି।

Related Posts