ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ହିଜାବ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ହାଇକୋର୍ଟଙ୍କ ରାୟକୁ ସମର୍ଥଦ ଜଣାଇଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ତେବେ କୋରାନରେ ହିଜାବ ସମ୍ପର୍କରେ ୭ ଥର ଉଲ୍ଲେଖ କରାଯାଇଛି । କିନ୍ତୁ ଡ୍ରେସ କୋଡ ଅନୁଯାୟୀ ନୁହେଁ । କୋର୍ଟଙ୍କ ରାୟର ଉତ୍ତରରେ କେରଳ ରାଜ୍ୟପାଳ କହିଛନ୍ତି ଯେ ଆମେ ଏହାକୁ ସ୍ୱାଗତ କରିବା ଉଚିତ । ଯୁବବର୍ଗ ନିଜ ପାଇଁ, ସମାଜ ତଥା ଦେଶ ଲାଗି ଉନ୍ନତିମୂଳକ କାର୍ଯ୍ୟ କରିବା ଆବଶ୍ୟକ ।
ରାଜ୍ୟର ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ଜାରି କରାଯାଇଥିବା ସରକାରୀ ଆଦେଶକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି । ସେପଟେ ମୁଖ୍ୟ ବିଚାରପତି ରିତୁ ରାଜ ଆୱସ୍ତିଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ହିଜାବ ପିନ୍ଧିବା ଇସଲାମରେ ଏକ ଜରୁରୀ ଧାର୍ମିକ ପ୍ରଥା ନୁହେଁ ଏବଂ ୟୁନିଫର୍ମ ଆକାରରେ ଛାତ୍ରମାନେ ଯୁକ୍ତିଯୁକ୍ତ ପ୍ରତିବନ୍ଧକ ଉପରେ ଆପତ୍ତି କରିପାରିବେ ନାହିଁ ବୋଲି କହିଛନ୍ତି ।
