ବିଦ୍ରୋହୀ ବିଧାୟକଙ୍କ ବଡ ଅଭିଯୋଗ, ଏନସିପି ବିଧାୟକଙ୍କୁ ମିଳିଛି ୮୦୦ କୋଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଦ୍ରୋହୀ ବିଧାୟକଙ୍କ ବଡ ଅଭିଯୋଗ, ଏନସିପି ବିଧାୟକଙ୍କୁ ମିଳିଛି ୮୦୦ କୋଟି । ତେବେ ମହାରାଷ୍ଟ୍ର ସତାରାରୁ ଶିବାସେନାର ବିଦ୍ରୋହୀ ବିଧାୟକ ମହେଶ ସିନ୍ଦେ ଶନିବାର ଏନସିପି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ମେଣ୍ଟ ସରକାରେ ସହଯୋଗୀ ଏନସିପି ତାଙ୍କ ଦଳର ପିଠିରେ ଛୁରି ଭୁଶିଥିଲା ଏବଂ ଅନ୍ୟ ବିଧାୟକଙ୍କ ସହ ସେ ଏହି ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଉଦ୍ଧାବ ଠାକରେଙ୍କ ନିକଟରେ ଉଠାଇଥିଲେ କିନ୍ତୁ କୌଣସି ସଫଳତା ମିଳି ନଥିଲା।କୋରେଗାଓଁ ବିଧାନସଭା ଆସନରୁ ବିଧାୟକ ମହେଶ ସିନ୍ଦେ ଏବେ ଏକନାଥ ସିନ୍ଦେଙ୍କ ସହ ଗୌହାଟୀରେ ଅଛନ୍ତି। ବିଧାୟକଙ୍କ ମୁଖ୍ୟ ଦାବି ଶିବସେନା ଏନସିପି ଏବଂ କଂଗ୍ରେସ ଠାରୁ ଅଲଗା ହୋଇ ବିଜେପି ସହ ମେଣ୍ଟ କରୁ।ମହେଶ ସିନ୍ଦେ ନିଜର ଏକ ରେକଡେର୍ଡ ବାର୍ତ୍ତାରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ବିକାଶ ନିଧି ଆବଣ୍ଟନରେ ଶିବସେନା ବିଧାୟକଙ୍କ ସହ ଭେଦଭାବ କରିବାର ଅଭିଯୋଗ ଆଣିଥିଲେ। ସେ କହିଥିଲେ, କିଛି ଅଧିକାରୀଙ୍କ ଉପସ୍ଥିତିରେ ବର୍ଷା ବଙ୍ଗାଳାରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠରେ ସମୟରେ ନିଜ ନିର୍ବାଚନ କ୍ଷେତ୍ରରେ ଆବଣ୍ଟିତ ରାଶି ବିବରଣୀ ମାଗିଥିଲି ।

ଅଧିକାରୀମାନେ ଆର୍ଥିକ ଅନୁଦାନ ସମ୍ପର୍କରେ ଭୁଲ ବିବରଣୀ ଦେଇଥିଲେ। ଯେତେବେଳେ ଆମ ପ୍ରକୃତ ସଂଖ୍ୟା ସାମନାକୁ ଆଣିଥିଲୁ ସେତେବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଶ୍ଚର୍ୟ୍ୟ ହୋଇଥିଲେ ବୋଲି ସେ କହିଛନ୍ତି।ସିନ୍ଦେଙ୍କ ଅଭିଯୋଗ ଆଣିଥିଲେ ଯେ, ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ କହିଥିଲେ ଏନସିପି ନେତା ଦଳକୁ ଧୋକା ଦେଇଛନ୍ତି । କିନ୍ତୁ ଏହାପରେ ବି କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା। ଶିବସେନା ବିଧାୟକଙ୍କୁ ସେମାନଙ୍କ ନିର୍ବାଚନ କ୍ଷେତ୍ର ପାଇଁ ୫୦ରୁ ୫୫ କୋଟି ଦିଆଯାଉଥିବା ବେଳେ ଏନସିପି ବିଧାୟକଙ୍କୁ ୭୦୦ରୁ ୮୦୦ କୋଟି ଟଙ୍କା ଦିଆଯାଇଛି।

Related Posts