ଜମ୍ମୁ ଓ କଶ୍ମୀରର ପଟ୍ଟନ୍‌ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାର ପଟ୍ଟନ୍‌ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସସୂତ୍ରରୁ ପ୍ରକାଶ।

ସେହିପରି, ଶୋପିଆଁ ଜିଲ୍ଲାରେ ମଧ୍ୟ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଆଉ ଗୋଟାଏ ଏନ୍‌କାଉଣ୍ଟର୍‌ ଚାଲିଛି। ନିରାପତ୍ତା ବଳରେ ସାମିଲ ହୋଇଛନ୍ତି ସଶସ୍ତ୍ର ସୀମା ସୁରକ୍ଷା ବଳ, ପୁଲିସ କର୍ମଚାରୀ ଓ ସେନା କର୍ମଚାରୀ। ସେମାନେ କେତେକ ଆତଙ୍କବାଦୀଙ୍କୁ ଘେରି ରହି ତଲାସ ଅଭିଯାନ ଚଳାଇଥିବା ବ‌େଳେ ଆଉ କେତେକ ଆତଙ୍କବାଦୀ କୌଣସିମତେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।

ଟୁଇଟ୍‌ କରି ପୁଲିସ ଲେଖିଛି, ଶୋପିଆଁର ଚିତ୍ରଗାମ୍‌ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଛି। ପୁଲିସ ଓ ନିରାପତ୍ତା ବଳ ଏଥିରେ ସାମିଲ ହୋଇଛନ୍ତି।

ଆଉ ‌ଏକ ଟୁଇଟ୍‌ରେ ପୁଲିସ କହିଛି: ବାରମୂଳାର ୟେଦିପଡ଼ା ଓ ପଟ୍ଟନ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଛି। ଏଥିରେ ପୁଲିସ ଓ ନିରାପତ୍ତା ବଳ ସାମିଲ ହୋଇଛନ୍ତି ।

Related Posts