ଗୁଣିଗାରେଡି: ନିଜର ୬୦ ବର୍ଷିୟ ଦାଦାର ବେକ କାଟି ହତ୍ୟା କଲା ପୁତୁରା, କଟା ମୁଣ୍ଡ ଧରି ବୁଲିଲା

ଇନ୍ଦୋର: ମଧ୍ୟ ପ୍ରଦେଶରେ ଘଟିଛି ଏକ ଦୁଃଖଦ ଘଟଣା । ଅନ୍ଧବିଶ୍ୱାସ ର ବସବତି ର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ରାଜ୍ୟର ସିଦ୍ଧି ଜିଲ୍ଲାରେ ଗୁଣିଗାରେଡି ନେଇ ସନ୍ଦେହରେ ଜଣେ ବ୍ୟକ୍ତି ନିଜର ୬୦ ବର୍ଷିୟ ଦାଦାର ବେକ କାଟି ହତ୍ୟା କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପୂର୍ବରୁ ଅଭିଯୁକ୍ତ ପୁତୁରା କଟା ମୁଣ୍ଡକୁ ଧରି ଦୁଇ କିଲୋମିଟର ଯାଏଁ ଚାଲି ଚାଲି ଯାଇଥିଲା। ପୋଲିସ ଅଧିକାରୀ ଘଟଣା ବାବଦରେ ସୂଚନା ଦେଇଛନ୍ତି।

ରାଜ୍ୟର ଜାମୋଡି ପୋଲିସ ଥାନା ଅନ୍ତର୍ଗତ କାରିମାଟି ଗାରେ ଶୁକ୍ରବାର ଏହି ଘଟଣା ଘଟିଥିଲା। ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ୨୬ ବର୍ଷିୟ ଅଭିଯୁକ୍ତ ଗୁଣିଗାରେଡି ସନ୍ଦେହରେ ନିଜ ଦାଦାଙ୍କୁ ହାତ୍ୟା କରିଛି । ଶୁକ୍ରବାର ଅଭିଯୁକ୍ତ ଲାଲବାହାଦୂର ଗୌଡ ନିଜର ଦାଦା ମକସୂନ୍ଦନ ସିଂ ଗୌଡଙ୍କ ଘରେ ପହଞ୍ଚିଥିଲେ। ପରେ ଅଭିଯୁକ୍ତ କୁରାଡିରେ ତାଙ୍କ ବେକକୁ ଶରୀରରୁ ଅଲଗା କରିଦେଇଥିଲା।

ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

Related Posts