19 ବର୍ଷ ପରେ ଅଧା ଖୁସି: ପୁରା ଖୁସି କେବେ ?

ଆଉ ଶୁଭିବନି କେନ୍ଦ୍ର ଅବହେଳା ବାଣୀ । 19 ବର୍ଷ ପରେ ଅଧା ଖୁସି, ସବୁଠୁ ଶକ୍ତିଶାଳୀ ଓ ପ୍ରିୟ ଅସ୍ତ୍ର ଛାଡ଼ିବେ କି ନବୀନ ?  ଦିଲ୍ଲୀରେ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ବିଭିନ୍ନ ପ୍ରସଙ୍କରେ କେନ୍ଦ୍ରର ସହଯୋଗ ଓ ଅନୁଦାନ ନେଇ ସନ୍ତୁଷ୍ଟି ଜାହିର କରିଛନ୍ତି ନବୀନ ।

ନବୀନଙ୍କ ସନ୍ତୁଷ୍ଟି ନେଇ ଏବେ ବିଜେଡି ନେତାଙ୍କ ମଧ୍ୟରେ ଭାଳେଣି

ଟିକେ ଟିକେ କଥାରେ କେନ୍ଦ୍ର ଅବହେଳା ନାରା ଦେଇ ପ୍ରସଙ୍ଗରୁ ଖସିଯାଉଥିବା ନେତା ଏବେ କରିବେ କ’ଣ ?

ଏପରିକି ମହାନଦୀ ଜଳ ବିବାଦ ପାଇଁ ରାଜ୍ୟ ସରକାରଙ୍କ ତ୍ରୁଟିକୁ ବି କେନ୍ଦ୍ର ଅବହେଳାର ରୂପ ଦେଇଥିଲେ ବିଜେଡି ନେତା । ନିଜ ପକ୍ଷରୁ ଥିବା ତ୍ରୁଟିରୁ କେନ୍ଦ୍ର ଅବହେଳା ନାଁରେ ପାରି ହୋଇଯାଇଥିଲେ ସେମାନେ । ଏବେ କେନ୍ଦ୍ର ଅବହେଳା ନାରା ବନ୍ଦ ହେବା ପରେ ବିଭିନ୍ନ ପ୍ରସଙ୍ଗରେ ରହୁଥିବା ଶାସକ ଦଳର ତ୍ରୁଟି କିମ୍ବା ଦୋଷକୁ କିଭଳି ଲୁଚାଇବେ ସେମାନେ ।  ନିଜର ଦୋଷ ଦୃବଳତା ଲୋକଙ୍କ ସାମ୍ନାକୁ ଆସିଯିବା ଭୟରେ ଏବେ ବିଜେଡି ନେତା ।

Related Posts