2019ରେ ଦେଶରେ ଅଧାରୁ ଅଧିକ ATM ହୋଇଯିବ ବନ୍ଦ, ଫେରିବ ନୋଟବନ୍ଦୀ ଭଳି ସ୍ଥିତି ?

ଯଦି ଆପଣ ଏଟିଏମ୍‌ରୁ ଟଙ୍କା ଓଠାନ୍ତି, ତେବେ ଆଗାମୀ କିଛି ଦିନ ଭିତରେ ଆପଣଙ୍କୁ ଏଟିଏମ୍‌ରୁ-ଏଟିଏମ୍‌କୁ ଘୂରି ବୁଲିବାକୁ ହୋଇପାରେ । ସାରା ଦେଶରେ 50 ପ୍ରତିଶତ ଏଟିଏମ୍‌ 2019 ମାର୍ଚ୍ଚ ସୁଦ୍ଧା ବନ୍ଦ ହୋଇଯାଇପାରେ । ଏମିତି ହେଲେ ଅବଶିଷ୍ଟ ଏଟିଏମ୍‌ ବାହାରେ ଲମ୍ବା ଧାଡ଼ି ଦେଖିବାକୁ ମିଳିପାରେ ।

ଏଟିଏମ୍‌ ଇଣ୍ଡଷ୍ଟ୍ରିର ସଂସ୍ଥା ଦି କନ୍‌ଫେଡେରେସନ୍‌ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରି(CATMi) ଅନୁସାରେ ଏଟିଏମ୍‌ ସେବା ଦେଉଥିବା କମ୍ପାନୀ ଗୁଡ଼ିକୁ 2019 ମାର୍ଚ୍ଚ ସୁଦ୍ଧା ପ୍ରାୟ 1.13 ଲକ୍ଷ ଏଟିଏମ୍‌ ବନ୍ଦ କରିବାକୁ ହୋଇପାରେ ।

ଉଦ୍ୟୋଗ ସଂଗଠନ ଦି କନ୍‌ଫେଡେରେସନ୍‌ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରି(CATMi) ଚେତାବନୀ ଦେଇ କହିଛି ଯେ ଏଟିଏମ୍‌ ହାର୍ଡୱେୟାର ଓ ସଫ୍ଟୱେୟାର ଅପ୍‌ଗ୍ରେଡ୍‌ ଏବଂ ନଗଦ ପ୍ରବନ୍ଧନ ଯୋଜନାର ବର୍ତ୍ତମାନ ସ୍ଥିତିକୁ ଦେଖିଲେ 2019 ମାର୍ଚ୍ଚ ଯାଏଁ ପରିଚାଳନାଗତ ଖାମି କାରଣରୁ ଅଧାରୁ ଅଧିକ ଏଟିଏମ୍‌ ବନ୍ଦ ହୋଇଯିବେ ।

ଏବେ ଭାରତରେ ପ୍ରାୟ ଦୁଇ ଲକ୍ଷ 38 ହଜାର ଏଟିଏମ୍‌ ଅଛି, ଯେଉଁଥିରୁ ଏକ ଲକ୍ଷ ଅଫ୍‌ ସାଇଟ୍‌ ଓ 15,000ରୁ ଅଧିକ ହ୍ବାଇଟ୍‌ ଲେଭଲ୍‌ ଏଟିଏମ୍‌ ସମେତ 1 ଲକ୍ଷ 13 ହଜାର ଏଟିଏମ୍‌ ବନ୍ଦ ହୋଇଯିବେ ।

CATMi ଅନୁସାରେ ଏଟିଏମ୍‌ ଗୁଡ଼ିକୁ ଚଳାଇବା ଏବେ ଆର୍ଥିକ ଦୃଷ୍ଟିରୁ ହିତକର ନୁହେଁ । ଯଦି ବ୍ୟାଙ୍କ ଗୁଡ଼ିକ ଆର୍ଥିକ ବୋଝ ଉଠାଇବାକୁ ପ୍ରସ୍ତୁତ ହେବେ ନାହିଁ, ତେବେ ଏଟିଏମ୍‌ ସେବା ଦେଉଥିବା କମ୍ପାନୀଙ୍କ ଉପରେ ଏହି ବୋଝ ଏତେ ପଡ଼ିବ ଯେ ସେମାନେ ଏଟିଏମ୍‌କୁ ବନ୍ଦ କରିବାକୁ ହୋଇପାରେ ।

Related Posts