ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ବେଙ୍ଗାଲୁରୁରେ ନିଜର ୱେଡିଂ ରିସେପ୍ସନ୍ରେ ଅତ୍ୟନ୍ତ ସୁନ୍ଦର ଅନ୍ଦାଜରେ ଦେଖାଯାଇଛନ୍ତି । ଉଭୟ ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ପୋଷାକ ପିନ୍ଧିଥିଲେ । ରଣବୀର ନୀଳ ଶେରୱାନିରେ ଦେଖାଯାଇଥିବାବେଳେ, ଦୀପିକା ଗୋଲ୍ଡେନ୍ କଲରର ଶାଢୀ ପିନ୍ଧିଥିବା ଦେଖାଯାଇଛନ୍ତି ।
ଦୀପବୀରଙ୍କ ରିସେପ୍ସନ୍ ହୋଟେଲ୍ ଲୀଲା ପ୍ୟାଲେସ୍ରେ ଆୟୋଜନ କରାଯାଇଛି । ରିସେପ୍ସନ୍ର ମେନ୍ୟୁରେ ସାଉଥ୍ ଇଣ୍ଡିଆନ୍ ଖାଦ୍ୟ ରଖାଯାଇଛି ।
ଏହି ଯୋଡ଼ି ଗୁରୁବାର ହିଁ ମୁମ୍ବାଇ ଫେରିଆସିବେ । ତା ପରେ ନଭେମ୍ବର 24 ତାରିଖରେ ଉଭୟ ରଣବୀରଙ୍କ ଭଉଣୀ ଋତିକାଙ୍କର ପାର୍ଟି ଆଟେଣ୍ଡ କରିବେ । ଋତିକା ଉଭୟଙ୍କ ପାଇଁ ସ୍ପେଶାଲ୍ ପାର୍ଟିର ଆୟୋଜନ କରିଛନ୍ତି ।
ଡିସେମ୍ବର 1 ତାରିଖରେ ତୃତୀୟ ରିସେପ୍ସନ୍ ମୁମ୍ବାଇରେ ହେବ । ପ୍ରଥମ ରିସେପ୍ସନ୍ 21 ନଭେମ୍ବରରେ ବେଙ୍ଗାଲୁରୁରେ ଏବଂ 28 ନଭେମ୍ବରରେ ମୁମ୍ବାଇରେ ହିଁ ହେବ ।
ଦୀପିକା ଓ ରଣବୀର 14 ଓ 15 ନଭେମ୍ବରରେ ଇଟାଲୀରେ ବିବାହ କରିଥିଲେ । ଯାହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବିବାହ ଉତ୍ସବ ଥିଲା ।