‘ଦିଲ୍ଲୀପ କୁମାରଙ୍କ ଯୋଗୁଁ ୨୫ଟି ଫିଲ୍ମ ଛାଡ଼ିଥିଲି’

ବଲିଉଡ୍‌ର ବର୍ଷିୟାନ୍ ଅଭିନେତା ଦିଲ୍ଳୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ପ୍ରାୟ ଖରାପ ରହୁଛି । ଡାକ୍ତରମାନଙ୍କ ଟିମ୍ ସବୁ ସମୟରେ ତାଙ୍କର ଦେଖାଶୁଣା କରୁଛନ୍ତି । ଏପରିସ୍ଥଳେ ତାଙ୍କର ଆରୋଗ୍ୟ କାମନା କରି ଅଭିନେତା ଗୋବିନ୍ଦା ତାଙ୍କ ସଂପର୍କିତ ନିଜର କିଛି ଅନୁଭବକୁ ସେୟାର କରିଛନ୍ତି ଯାହାକି ଖୁବ୍ ଭାଇରାଲ ହେଉଛି ।

ଏକ ସାକ୍ଷାତକାର ସମୟରେ ଗୋବିନ୍ଦା କହିଛନ୍ତି ଯେ ଏକଦା ସେ ୭୫ଟି ଫିଲ୍ମ ସାଇନ୍ କରିଦେଇଥିଲେ । ଏହା ଜାଣିବା ପରେ ଦିଲ୍ଳୀପ କୁମାର ତାଙ୍କୁ ୨୫-୩୦ଟି ଫିଲ୍ମ ଛାଡି ଦେବାକୁ କହିଲେ । ଦିଲ୍ଲୀପ କୁମାରଙ୍କ କଥା ଶୁଣି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା, କିନ୍ତୁ ସେ ଫିଲ୍ମ ଛାଡ଼ିବାକୁ ମନସ୍ଥ କଲେ । ଏ କ୍ଷେତ୍ରରେ ତାଙ୍କ ସାମ୍ନାରେ ବଡ଼ ସମସ୍ୟା ଥିଲା ପ୍ରଯୋଜକମାନଙ୍କଠାରୁ ନେଇଥିବା ଆଗୁଆ ଟଙ୍କା ଫେରାଇବା । କାରଣ ସେ ଟଙ୍କାକୁ ସେ ଖର୍ଚ୍ଚ କରିସାରିଥିଲେ ।

ତେଣୁ ବନ୍ଧୁମାନଙ୍କଠାରୁ ଧାରକରଜ କରି ଟଙ୍କା ଫେରାଇଥିଲେ । ତାଙ୍କର ଏଭଳି ପଦକ୍ଷେପ ବିଷୟରେ ଜାଣି ଇଣ୍ଡଷ୍ଟ୍ରିରେ ବହୁତ ଲୋକ ତାଙ୍କୁ ଟାହିଟାପରା କରିଥିଲେ । କିନ୍ତୁ ଏଥିଯୋଗୁ ପରେ ତାଙ୍କୁ କିଛି ଅସୁବିଧା ହୋଇନଥିଲା । ସେହିପରି ତାଙ୍କର ରୁକ୍ଷ ସ୍ୱଭାବକୁ ବଦଳାଇବାରେ ବି ଦିଲ୍ଲୀପ କୁମାରଙ୍କ ହାତ ଥିବା କଥାକୁ ସେ ସ୍ୱୀକାର କରନ୍ତି ।

ଦିଲ୍ଲୀପ କୁମାର ହିଁ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଆକ୍ସନ୍ ଫିଲ୍ମ ଛାଡ଼ି କମେଡ଼ି ଫିଲ୍ମ କର । ମାନସିକ ଭାବେ ଅଧିକ ଶାନ୍ତ, ଅଧିକ ଫିଟ୍ ରହିବ । ତାଙ୍କ କଥା ମାନି ସେ କମେଡ଼ି ଫିଲ୍ମ କରିଥିଲେ ଯାହାକି ତାଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇଥିଲା ।

Related Posts