ଆମର ହିନ୍ଦୁ ଧର୍ମରେ ଏକ ବର ଗଛ ତଳେ ପଥର ଓ ନାଲି ପତାକା ଲଗାଇଲେ ତାହା ମନ୍ଦିର ହୋଇଯାଏ: ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜ୍ଞାନବ୍ୟାପି ମସିଜିଦକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ହିନ୍ଦୁ ଧର୍ମରେ ଯେ କୌଣସି ସ୍ଥାନରେ ପଥର ରଖି ସେଥିରେ ନାଲି ପତାକା ଲଗାଇଲେ ମନ୍ଦିର ହୋଇଯାଏ । ବିଷେଶ କରି ବର ଗଛ ମୂଳେ ଏପରି ଅନେକ ମନ୍ଦିର ଦେଖିବାକୁ ମିଳିଥାଏ । ସେପଟେ ଏସପି ମୁଖ୍ୟଙ୍କ ଏହି ବିବୃତ୍ତି ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଏଥି ସହିତ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି କହିଛନ୍ତି।

ଅନ୍ୟପଟେ ଏସପି ମୁଖ୍ୟ ଅଯୋଧ୍ୟା ଭ୍ରମଣରେ ପହଞ୍ଚିଛନ୍ତି। ଜ୍ଞାନବ୍ୟାପି ମସଜିଦର ସର୍ଭେ ସମୟରେ ଶିବଲିଙ୍ଗ ପାଇବା ଦାବିରେ ତାଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିବା ବେଳେ ସେ କହିଥିଲେ ଯେ, ‘ଆମର ହିନ୍ଦୁ ଧର୍ମରେ ଏକ ବର ଗଛ ତଳେ ପଥର ଓ ନାଲି ପତାକା ଲଗାଇଲେ ତାହା ମନ୍ଦିର ହୋଇଯାଏ । ଏପରିକି ଲୋକମାନେ ସେଠାରେ ପୂଜାପାଠ କରିବା ଆରମ୍ଭ କରନ୍ତି। ଏହା ସହ ସେ ବିଜେପି ଉପରେ ଘୋର ଆକ୍ରମଣ କରିଥିଲେ ଏବଂ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗଗୁଡିକ ଅଣାଯାଉଛି ବୋଲି ଅଖିଳେଶ ଯାଦବ କହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts