ପୈାର ନିର୍ବାଚନ : ଯଥାଶୀଘ୍ର ୱାର୍ଡ ପୁନର୍ଗଠନ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୌରସଂସ୍ଥା ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ମଧ୍ୟରେ ଯଥାଶୀଘ୍ର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପୈାର ନିର୍ବାଚନ ବିଳମ୍ବ ନେଇ ହାଇକୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ହେମନ୍ତ ରଥଙ୍କ ପକ୍ଷରୁ ଦାୟର ମାମଲାରେ ଅଭିଯୋଗ କରାଯାଇଥିଲା ଯେ , ପୌର ନିର୍ବାଚନ କାର୍ଯ୍ୟକାଳ ଦୁଇ ବର୍ଷ ଧରି ଶେଷ ହୋଇଥିଲେ ମଧ୍ୟ ଏ ଯାଏ ନିର୍ବାଚନ ହୋଇ ନାହିଁ । ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ କରି ନାହାନ୍ତି । ଆବଶ୍ୟକିୟ ଅଧିନିୟମ ସଂଶୋଧନ ହୋଇ ନଥିବା ନେଇ ଆବେଦନକାରୀ ଦର୍ଶାଇଛନ୍ତି । ପୌର ନିର୍ବାଚନ ଯଥାଶୀଘ୍ର କରାଇବା ପାଇଁ୨୦୧୯ ଡିସେମ୍ବରରେ ହାଇକୋର୍ଟରେ ମାମାଲା ଦାୟର କରାଯାଇଥିଲା । ସୂଚନାଯୋଗ୍ୟ , ରାଜ୍ୟରେ ୫ଟି ମହାନଗରନିଗମ, ୪୮ଟି ପୌରସଂସ୍ଥା ଓ ୬୧ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ପାଖାପାଖି ଅଢେଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିର୍ବାଚିତ ପ୍ରତିନିଧି ନଥିବାରୁ ଏବେ ଅମଲା ମାନଙ୍କ ହାତରେ ଶାସନ କ୍ଷମତା ରହିଛି ।

Related Posts