ହିଜାବ ବିବାଦ; କୋର୍ଟଙ୍କ ରାୟ ନଆସିଲା ପର୍ଯ୍ୟନ୍ତ, ସମସ୍ତ ଅନୁଷ୍ଠାନ ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ପଡ଼ିବ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ବୟାନ ସାମ୍ନାକୁ ଆସିଛି । ହାଇକୋର୍ଟରେ ଏହି ମାମଲାର ଶୁଣାଣି ପୂର୍ବରୁ ଶାନ୍ତି ବଜାୟ ରଖିବାକୁ ସେ ଲୋକମାନଙ୍କୁ ନିବେଦନ କରିଥିଲେ। ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଆହୁରି ପଦକ୍ଷେପ ନେବେ ବୋଲି କହିଛନ୍ତି। ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେପର‌୍ୟ୍ୟନ୍ତ ଏହି ମାମଲାରେ କୋର୍ଟଙ୍କ ଆଦେଶ ନ ଆସେ ସେ ପର‌୍ୟ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ୟୁନିଫର୍ମ ସମ୍ବନ୍ଧରେ ସରକାର ଦେଇଥିବା ନିୟମକୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ପଡ଼ିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ବର୍ତ୍ତମାନ ମାମଲା ହାଇକୋର୍ଟରେ ଅଛି ଏବଂ ସେଠାରେ ନିଷ୍ପତ୍ତି ନିଆଯିବ । ସେପର‌୍ୟ୍ୟନ୍ତ ସମସ୍ତେ ଶାନ୍ତ ରହିବା ଉଚିତ ଏବଂ ଶାନ୍ତି ଭଙ୍ଗ କରିବାକୁ କେହି ପଦକ୍ଷେପ ନେବେ ନାହିଁ। ଆସନ୍ତାକାଲି ସୁଦ୍ଧା କୋର୍ଟଙ୍କ ଆଦେଶ ଆସିବ ବୋଲି ସେ କହିଛନ୍ତି। ଏହା ପରେ ଆମେ ଅଧିକ ପଦକ୍ଷେପ ନେବା ଜ୍ଝ ବମ୍ମାଇ ସ୍ପଷ୍ଟ କରିଛନ୍ତି ଯେ ଶିକ୍ଷାନୁଷ୍ଠାନରେ ପିନ୍ଧାଯିବାକୁ ଥିବା ୟୁନିଫର୍ମ ସମ୍ବନ୍ଧରେ ସମ୍ବିଧାନରେ କିଛି କଥା କୁହାଯାଇଛି। ଏହି ନିୟମଗୁଡିକ ରାଜ୍ୟର ଶିକ୍ଷା ଆଇନରେ ମଧ୍ୟ ଉଲ୍ଲେଖ କରାଯାଇଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି ।

Related Posts