ହିମାଚଳ ନିର୍ବାଚନ; ବିଜପିର ପରାଜୟ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜୟରାମ ଠାକୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ହିମାଚଳ ପ୍ରଦେଶର ଶାସକ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଏକପ୍ରକାର ପରାଜିତ ହୋଇଛି । ଅନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଦଳର ପରାଜୟ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ନିର୍ବାଚନ ଫଳାଫଳ ଘୋଷଣା ସରିବା ପରେ ପରାଜୟକୁ ସ୍ୱିକାର କରି ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ସଦ୍ୟ ସୂଚନା ମୁତାବକ ହିମାଚଳ ପ୍ରଦେଶର ମୋଟ ୬୮ ଟି ଆସନ ମଧ୍ୟରୁ କଂଗ୍ରେସ ୨୭ଟିରେ ବିଜୟଲାଭ କରିଥିବା ବେଳେ ୧୨ ଟିରେ ଆଗୁଆ ରହିଛି । ସେହିଭଳି ବିଜେପି ୧୮ ଟିରେ ବିଜୟଲାଭ କରିଥିବା ବେଳେ ୮ଟି ଆସନରେ ଆଗୁଆ ରହିଛି । ହେଲେ ଫଳାଫଳ ଏକପ୍ରକାର କଂଗ୍ରେସ ସପକ୍ଷରେ ଯାଇଛି । ସେପଟେ ୩ ଟି ଆସନ ଅନ୍ୟାନ ଦଳ ଓ ସ୍ୱାଧୀନ ପ୍ରାଥୀଙ୍କ ଖାତାକୁ ଯାଇଛି ।

ସେପଟେ ଇସ୍ତଫା ଦେବାକୁ ଯିବା ବେଳେ ଜୟରାମ ଠାକୁର ପରାଜୟକୁ ସ୍ୱିକାର କରିଛନ୍ତି । ସେ ହିମାଚଳ ପ୍ରଦେଶର ଜନତାଙ୍କୁ ଧନ୍ୟବାଦ ଦେବା ସହ ନୂଆ ସରକାରକୁ ଶୁଭକାମନା ଜଣାଇଛନ୍ତି । ତେବେ ନିଜେ ଜୟରାମ ଠାକୁର ନିଜ ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି ।

Related Posts