ଛିଡ଼ିଲା ଗଣିତ; ହିମନ୍ତ ବିଶ୍ବଶର୍ମା ଆସାମର ମୁଖ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଆଜି ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ସହ ଉଭୟ ସନୋୱାଲ ଓ ହିମନ୍ତା ବିଶ୍ୱ ଶର୍ମାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଚୂଡାନ୍ତ ବୈଠକ ବସିଥିଲା। ଶେଷରେ ଦଳ ହିମନ୍ତଙ୍କ ମୁଣ୍ଡରେ କଳସ ଢାଲିଥିଲା। ଏହି ବୈଠକରେ ଆସାମ ବିଜେପିର ପ୍ରଭାରୀ ବୈଜୟନ୍ତ ପଣ୍ଡା ବି ଉପସ୍ଥିତ ଥିଲେ। ବିଶ୍ୱ ଶର୍ମାଙ୍କ ନାମ ଘୋଷଣା ପରେ ସୋନୋୱାଲ୍ ହିମନ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ସହ ଆସାମ ବିଜେପିର ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତାଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।

 ହିମନ୍ତ ବିଶ୍ୱ ଶର୍ମାଙ୍କ ନାମ ଚୂଡ଼ାନ୍ତ ହେବା ପରେ ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ଏ ନେଇ ଯେଉଁ ସଙ୍କଟ ସୃଷ୍ଟି ହେଇଥିଲା ତାହାର ଅବସାନ ଘଟିଛି। କାରଣ ଗତଥର ମୁଖ୍ୟମନ୍ତ୍ରୀ ଥିବା ଶୋନୋୱାଲ୍ ଏଥର ବି ଜିଦ୍ ରେ  ଅଡି ବସିଥିଲେ ସେପଟେ ଦଳର ହେଭିୱେଟ ନେତା ହିମନ୍ତ ବି ନଛୋଡ ବନ୍ଧା ଥିଲେ। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୨୬ ଆସନ ମଧ୍ୟରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଛି । ତେବେ ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦ ୯ଟି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ୬ଟି ସିଟ୍ ଜିତିଛି । ରବିବାର ସର୍ବାନନ୍ଦ ସୋନୱାଲ ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

Related Posts