ଗୃହମନ୍ତ୍ରୀ ଅମିତ ଶାହା ଅସୁସ୍ଥ, ପୁଣି ଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀ AIIMS ରେ ପୁଣି ଥରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି । ନିକଟରେ ଅମିତ ଶାହା କରୋନା ବିପକ୍ଷରେ ଯୁଦ୍ଧରେ ବିଜୟୀ ହୋଇ ହସପିଟାଲରୁ ଫେରିଥିଲେ । ବିଳମ୍ବିତ ରାତିରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ରାତି ପ୍ରାୟ 2 ଟାରେ AIIMS ରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏମ୍ସର ପୁରୁଣା ପ୍ରାଇଭେଟ୍ ୱାର୍ଡରେ ରଖାଯାଇଛି | AIIMS ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥବସ୍ଥା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । କୁହାଯାଉଛି ଯେ ଅମିତ ଶାହାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା ଯାହା ପରେ ହିଁ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି |

ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଅମିତ ଶାହା ଗତ 14 ଅଗଷ୍ଟରେ କରୋନାକୁ ମାତ ଦେଇ ମେଡିକାଲରୁ ଘରକୁ ଫେରିଥିଲେ । ଅମିତ ଶାହା ନିଜେ କରୋନା ନେଗେଟିଭ ବିଷୟରେ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ମେଡାଣ୍ଟା ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଗତକାଲି ରାତିରେ ତାଙ୍କର ସାମାନ୍ୟ ଜ୍ୱର ହୋଇଥିଲା । ଏହା ପରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି |

Related Posts