ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ

ରାୟଗଡ଼ା ଡେପୁଟି କଲେକ୍ଟରଙ୍କୁ ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ପରେ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ରାୟଗଡ଼ା ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

କାର୍ଯ୍ୟରେ ଅବହେଳା ପାଇଁ ପୂର୍ବରୁ ରାଜ୍ୟ ସରକାର ଏମିତି ଅନେକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଯେତେ ବଡ ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥିଲେ ମଧ୍ୟ କାର୍ଯ୍ୟରେ ଅବହେଳା କଲେ ବରଦାସ୍ତ କରାଯିବ ନାହିଁ ବୋଲି ପୂର୍ବରୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Related Posts