ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କୁ ଘରୁ ଉଠାଇନେଲା ଇଡି

ଅଣ୍ଡରୱାର୍ଲ୍ଡ ସହ କନେକସନ୍‌ ଥିବା ଏକ ସମ୍ପତ୍ତି ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ | ଏନେଇ ତାଙ୍କୁ ପଚରାଉଚରା କରିବା ପାଇଁ ଆଜି ସକାଳୁ ସକାଳୁ ଘରୁ ଉଠାଇ ନେଇଛି ଇଡି | ମୁମ୍ବାଇ ସ୍ଥିତ ଇଡି ଅଫିସକୁ ନେଇ ତାଙ୍କୁ ପଚରାଉଚରା କରୁଛି ଇଡି |

ଏଏନ୍‌ଆଇ ରିପୋର୍ଟ ମୁତାବକ, ଇଡିର ଏକ ଟିମ୍‌ ଆଜି ସକାଳୁ ନୱାବ ମଲିକଙ୍କ ଘରୁ ଯାଇଥିଲା। ସେଠାରେ ମନ୍ତ୍ରୀ ନୱାବ ମଲିକଙ୍କୁ ପ୍ରାୟ ଏକ ଘଣ୍ଟା ଜେରା କରିବା ପରେ ତାଙ୍କୁ ପ୍ରାୟ ସାଢ଼େ ୭ଟାରେ ଇଡିର ଅଧିକାରୀମାନେ ମଲିକଙ୍କୁ ମୁମ୍ବାଇ ସ୍ଥିତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସକୁ ଆଣି ପଚରାଉଚରା କରୁଛନ୍ତି । ଏହି ସମୟରେ ରାକମ୍ପା ନେତାଙ୍କ ପୁଅ ଆମୀର ମଲିକ ମଧ୍ୟ ସାଙ୍ଗରେ ଥିଲେ |

ସୂଚନା ମୁତାବକ, ଗତ ବର୍ଷ ନଭେମ୍ବରରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମଲିକ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ଠାରୁ ପ୍ଲଟ୍‌ କିଣିଥିବା ନେଇ ଅଭିଯୋଗ ଆଣିଥିଲେ। ଏଥିସହ ଏହି ପ୍ଲଟଟି ମୁମ୍ବାଇ ବିସ୍ଫୋରଣରେ ସାମିଲ ହୋଇଥିବା ଅଭିଯୁକ୍ତଙ୍କର ବୋଲି ସେ ଦାବି କରିଥିଲେ |

ନିକଟରେ ଇଡି ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ଲୋକଙ୍କ ଠିକଣା ଉପରେ ଚଢ଼ାଉ କରିଥିଲା। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରାୟ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିବା ଇଡି। ଯେଉଁଥିରେ ୧୯୯୩ ବୋମା ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀର ଦାଉଦ ଇବ୍ରାହିମର ଦିବଙ୍ଗତ ଭୁଉଣି ହସିନା ପାର୍କର, ଭାଇ ଇକବାଲ କାସକର ଏବଂ ଛୋଟା ଶକିଲଙ୍କ ସମ୍ପର୍କୀୟ ସଲିମ କୁରେଶି ଓରଫ ସଲିମ ଫ୍ରୁଟଙ୍କ ଘର ସାମିଲ ଥିଲା |

Related Posts