ରାଉରକେଲାର ଏକ ସ୍କୁଲ କୋଠରୀରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ

ରାଉରକେଲା: ରାଉରକେଲା ନିକଟ ବିଶ୍ରା ଅଞ୍ଚଳର ଏକ ସ୍କୁଲ ମଧ୍ୟରୁ ଜବତ ହେଲା ମଦ। ସ୍କୁଲ ଘରେ ଏହି ମଦ ବାହାର ରାଜ୍ୟରୁ ଆଣି ଗଛିତ ରଖାଯାଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ବନ୍ଦ ଅବସ୍ଥାରେ ଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଥିବାର ଖବର ପାଇଥିଲେ ରାଉରକେଲା ଅବକାରୀ ବିଭାଗ। ଚଢ଼ାଉ ବେଳେ ସ୍କୁଲ ମାଲିକ ସୁରେନ୍ଦ୍ର ବଡାଇକ ଓ ନକଲି ମଦ ବ୍ୟବସାୟୀ ପୱନ କୁମାର ମିତ୍ତଳଙ୍କୁ ଗିରଫ କରାଯାଇଛି।

ସ୍କୁଲ ରୁମ ମଧ୍ୟରୁ ୧୦୪ ପେଟି ମଦ ସମେତ ବହୁ ନାମିଦାମୀ କମ୍ପାନିର ଲେବୁଲ, ଠିପି ଖାଲି ବୋତଲ ଆଦି ଜବତ କରାଯାଇଛି। ସମୁଦାୟ ୧୨୪୮ ବୋତଲ ମଦ ଜବତ ହୋଇଛି। ମଦ ପରିବହନର ବ୍ୟବହୃତ ଗୋଟିଏ କାର ମଧ୍ୟ ଜବତ କରାଯାଇଛି। ବାହାର ରାଜ୍ୟରୁ ନକଲି ମଦ ଆଣି ସ୍କୁଲ ଘରେ ବଟଲିଂ କରାଯାଉଥିଲା। ପରେ ରାଉରକେଲା ସହରର ବିଭିନ୍ନ ଢ଼ାବା ଓ ହୋଟେଲକୁ ଚାଲାଣ କରା ଯାଉଥିବା ଦୁଇ ଅଭିଯୁକ୍ତ ସ୍ୱୀକାର କରିଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ମାମଲା ରଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Related Posts