ଭିତ୍ତିଭୂମି ନଥାଇ ଚାଲିଛି ଶତାଧିକ +୨ କଲେଜ

ସ୍ଥାୟୀ ମାନ୍ୟତା ନଥାଇ ଚାଲିଛି ରାଜ୍ୟରେ ୫୭୧ ଯୁକ୍ତ ଦୁଇ କଲେଜ । କେଉଁଠି ଆବଶକୀୟ ଅଧ୍ୟାପକ ନାହାନ୍ତ ତ କାହାର ଭିତ୍ତିଭୂମି ନାହିଁ । କେତେ ଗୁଡ଼ିଏ କଲେଜ ଅଛିି ଯେଉଁମାନେ ସରକାରଙ୍କଠୁ ୭ବର୍ଷ ହେଲା ଅନୁମତି ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜସ୍ୱ କ୍ୟାମ୍ପସ୍ ତଥା ସ୍ଥାୟୀ ଗୃହ ନିର୍ମାଣ କରିପାରି ନାହାନ୍ତି । ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର କେତେକ ଯୁକ୍ତ ୨ କଲେଜ ଏବେ ବି ଭଡ଼ା ଘରେ ଚାଲିଛି । କେତେ ଗୁଡ଼ିଏ କଲେଜରେ ଛାତ୍ର ଛାତ୍ରୀଙ୍କ ପାଇଁ ଖେଳ ପଡ଼ିଆ ନାହିଁ କି ପର୍ଯ୍ୟାପ୍ତ ଲାବରେଟୋରି ସୁବିଧା ଉପଲବ୍ଧ ହେଉନାହିଁ ।ଏଭଳି ଭାବେ ଚାଲିଛି ରାଜ୍ୟର ଯୁକ୍ତ ଦୁଇ କଲେଜ ଶିକ୍ଷା ।
ଭିତିଭୂମି ସଜାଡ଼ିବା, ସ୍ଥାୟୀ ମାନ୍ୟତା ହାସଲ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକ ପ୍ରତିବର୍ଷ ନାମଲେଖା ପୂର୍ବରୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଧାର ଆସିନାହିଁ । ୨୦୨୦ – ୨୧ ଶିକ୍ଷା ବର୍ଷର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ ପୁଣିଥରେ ଭିତ୍ତିଭୂମି ସମ୍ପର୍କରେ ତଥ୍ୟ ମାଗିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।
୨୦ଦିନ ହେଲା ପର୍ଯ୍ୟାୟକ୍ରମେ କଲେଜ ଗୁଡ଼ିକଠାରୁ ଚିଠି ଲେଖାଯାଇ ଭିତ୍ତିଭୂମି ସର୍ମ୍ପକିତ ତଥ୍ୟ ମଗାଯାଉଛି । ଯେମିତିକି କେତେ ବର୍ଷ ଲାଗି ଚୁକ୍ତି ହୋଇଥିଲା? କେଉଁ ଭଳି ଅଂଚଳରେ ଶିକ୍ଷାନୁଷ୍ଠାନ ରହିଛି? ପାର୍କିଂ ସୁବିଧା ରହିଛି କି ନାହିଁ? ଶାରିରୀକ ଶିକ୍ଷା ବ୍ୟବସ୍ଥା ଅଛି କି? ପାନୀୟ ଜଳ, ରାସ୍ତା ସୁବଧା, ସାଇକେଲ ଷ୍ଟାଣ୍ଡ, ଆସବା ପତ୍ର, ଶୌଚାଳୟ, ସୁବିଧା ଆଦି ବିଷୟରେ ତଥ୍ୟ ମଗାଯାଇଛି । ଯଦି ଅସ୍ଥାୟୀ ମାନ୍ୟତା ପାଇଛନ୍ତି ତେବେ ସ୍ଥାୟୀ କ୍ୟାମ୍ପସ୍ କେଉଁ ତହସିଲ୍‌ରେ ହେବ । କେତେ ଜମି ନିଆଯାଇଛି, କଣ ସବୁ ପାଠ୍ୟକ୍ରମ ରହିଛି, ରୁମ୍ ସଂଖ୍ୟା, ଲାବରେଟୋରି, ଅଧ୍ୟାପକଙ୍କ ସଂପୂଣ୍ଣ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ନୋଟିସ୍ ପାଇବାର ୫ଦିନ ମଧ୍ୟରେ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ନୋଟିସ୍ ପାଇବାର ୫ଦିନ ମଧ୍ୟରେ ତଥ୍ୟ ଦେବାକୁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ କଲେଜ ସଂପୂଣ୍ଣ ତଥ୍ୟ ପଠାଇ ନଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । କିଛି ହସ୍ତଗତ ହୋଇଥିବା ଦସ୍ତାବିଜ ଅନୁଯାୟୀ ୫୭୧ଟି ଯୁକ୍ତ ଦୁଇ କଲେଜ ମଧ୍ୟରୁ ବାଲେଶ୍ୱର ଜିଲ୍ଳରେ ସର୍ବଧିକ ୫୨ଟି କଲେଜ ଅସ୍ଥାୟୀ ମାନ୍ୟତାରେ ଚାଲିଛି । ଏହା ତଳକୁ ଖୋର୍ଦ୍ଧା ଜିଲ୍ଲାରେ ୪୭ଟି କଲେକ ରହିଥିବା ବେଳେ ଗଞ୍ଜାମରେ ୩୬, ଅନୁଗୋଳରେ୧୬, ବରଗଡ଼୨୨, ବଲାଙ୍ଗୀର୨୫ ବୌଦ୍ଧ୧୩ ,କଟକ୨୭, ଢେଙ୍କାନାଳ୧୯, ଗଜପତି୭, ଜଗତସିଂହପୁର୬, ଯାଜପୁର୨୩, ଝାରସୁଗୁଡ଼ା୭, କଳାହାଣ୍ଡି୨୦ ,କନ୍ଧମାଳ୬, କେନ୍ଦ୍ରାପଡ଼ା୧୬, କୋରାପୁଟ୭, ମାଲକାନଗିରି୭, ନବରଙ୍ଗପୁର୧୪, ନୟାଗଡ଼୨୧, ନୂଆପଡ଼ା୧୫, ପୁରୀ୨୪, ରାୟଗଡ଼ା୧୫, ସମ୍ବଲପୁର୨୨, ସୋନପୁର୧୬ ଓ ସୁନ୍ଦରଗଡ଼୧୮ଟି ଯୁକ୍ତ ଦୁଇ କଲେଜ ଗତ ୨୯ ତାରିଖରେ ତଥ୍ୟ ମଗାଯାଇଛି । ଏହା ବ୍ୟତୀତ ଜୁଲାଇ ୧୭ରେ ଭଦ୍ରକର୧୦, କେନ୍ଦୁଝର୨୨, ମୟୁରଭଞ୍ଜର ୩୨ଟି କଲେଜକୁ ତଥ୍ୟ ମଗାଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଅସ୍ଥାୟୀ ମାନ୍ୟତାରେ ଚାଲିଥିବା ଯୁକ୍ତ ୨ କଲେଜଗୁଡ଼ିକୁ ତଥ୍ୟ ମଗାଯିବା ଘଟଣାକୁ ନେଇ କେତେକ କଲେଜ ଆଶଙ୍କା ପ୍ରକାଶ କରିଛନ୍ତି । ସେମାନଙ୍କ କହିବାକଥା ହେଉଛି ଯେ ଗତବର୍ଷ ଭଳି ଏଥର ବି ତଥ୍ୟ ମଗାଯିବା ପରେ କେତେକ କଲେଜକୁ ନାମଲେଖା ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିଲା । ଏଥର ବି ସମାନ୍ ସ୍ଥିତି ଉପୁଯିବା ଆଶଙ୍କା କରି କେତେକ କଲେଜ ରାଜ୍ୟ ସରକାରଙ୍କ ଦ୍ୱାରାସ୍ଥ ହୋଇଛନ୍ତି । କେଭିଡ଼ ୧୯ ତଥା କରୋନା ସଂକ୍ରମଣ ରୋକିବା ଲାଗି ଲକ୍‌ଡ଼ାଉନ, ସଟ୍‌ଡ଼ାଉନ୍ କରାଯାଇଥିବାରୁ କଲେଜ ଭିତ୍ତିଭୂମି ବିକାଶ କାର୍ଯ୍ୟ ପ୍ରଭାବିତ ହୋଇଛି । ତେଣୁ ଆଉ ଗୋଟିଏ ବର୍ଷ ସୁଯୋଗ ଦେବାକୁ କେତେକ କଲେଜ ଦାବି କରିଛନ୍ତି ।

Related Posts