କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ

ରାଜ୍ୟରେ କରୋନା ଯୋଦ୍ଧା ସଂକ୍ରମଣ ହେବା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନା ମୁକାବିଲା କରୁଥିବା ଅନେକ ଯୋଦ୍ଧା ଏବେ ଆକ୍ରାନ୍ତ ହେବା ରାଜ୍ୟସରକାରଙ୍କ ଚିନ୍ତା ବଢାଇଛି । ବୁର୍ଲା ଭୀମସାରର ୯ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ମେଡିସିନ ବିଭାଗର ୯ ଜଣ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ମେଡିସିନ ବିଭାଗର ଓପିଡିକୁ ସିଲ କରାଯାଇଛି । ଏନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମୋହନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts