ସ୍ତ୍ରୀର 3 ଜଣ ପର ପୁରୁଷଙ୍କ ସହ ଥିଲା ସମ୍ପର୍କ, ନିଜ ଦେହରେ କରେଣ୍ଟ ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ

ଜଣେ ପତ୍ନୀଙ୍କ ଅନୈତିକ କାମ ପାଇଁ ତାଙ୍କ ସ୍ବାମୀ ନିଜ ଦେହରେ ବିଦ୍ୟୁତ୍‌ କରେଣ୍ଟ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି ଗୁଜୁରାଟର ରାଜକୋଟରେ । ଜଣେ ନୁହେଁ ପତ୍ନୀଙ୍କର ତିନି ଜଣ ପର ପୁରୁଷଙ୍କ ସହିତ ଥିଲା ସମ୍ପର୍କ । ସ୍ୱାମୀଙ୍କ ଅନୁଉପସ୍ଥିତିରେ ସେମାନେ ଘରକୁ ଆସି ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ରକ୍ଷା କରୁଥିଲେ ।

ଏହାକୁ ବିରୋଧ କରିବାରୁ ପତ୍ନୀ ଓ ତାଙ୍କର ତିନି ପରପୁରୁଷ ବନ୍ଧୁ ବିଭିନ୍ନ ଭାବେ ମାନସିକ ଓ ଶରୀରିକ ନିର୍ଯ୍ୟାତନା ଦେବା ସହିତ ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ । ଶେଷରେ ନିର୍ଯାତନା ସହି ନ ପାରି ସ୍ୱାମୀ ନିଜ ଦେହରେ କରେଣ୍ଟ ଲଗାଇ ଆତ୍ମହତ୍ୟା କଲେ । ଘଟଣାର ତିନିମାସ ପରେ ଏ ନେଇ ମହିଳାଙ୍କ ଭାଇ ଥାନାରେ ଅଭିଯାଗ କରିବାରୁ ପୋଲିସ ସମ୍ପୃକ୍ତ ମହିଳାଙ୍କ ସମେତ ତାଙ୍କ ୩ ଜଣ ପ୍ରେମିକଙ୍କ ନାମରେ ମାମଲା ରୁଜୁ କରିଛି ।

ଗୁଜୁରାଟ ଗାନ୍ଧିଧାମ ବି ଡିଭିଜନ ଥାନା ଅଞ୍ଚଳରେ ପ୍ରହ୍ଲାଦ ମାହେଶ୍ୱରୀ ନିଜ ପତ୍ନୀ ଧନବାଈ ମାହେଶ୍ୱରୀଙ୍କ ସହିତ ରହୁଥିଲେ । ନବାଈଙ୍କର ସେହି ଅଞ୍ଚଳର ନରସିନ୍‌ କୋଲି, ରବିଶଙ୍କର ମାହେଶ୍ୱରୀ ଓ ମହେଶ ମାହେଶ୍ୱରୀଙ୍କ ସହିତ ଅନୈତିକ ସମ୍ପର୍କ ଥିଲା । ଏକଥା ସ୍ୱାମୀ ପ୍ରହ୍ଲାଦ ଜାଣିବା ପରେ ପ୍ରବଳ ବିରୋଧ କରିଥିଲେ ବି ପତ୍ନୀଙ୍କ ଉପରେ ଏହାର କୌଣସି ପ୍ରଭାଗ ପଡ଼ିନଥିଲା ।

ବଦଳରେ ଧନବାଈ ତାଙ୍କ ପ୍ରେମିକମାନଙ୍କୁ ସ୍ୱାମୀଙ୍କ ବିରୋଧ ସମ୍ପର୍କରେ କହିବାରୁ ସେମାନେ ପ୍ରହ୍ଲାଦଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ । ପତ୍ନୀ ଓ ତାଙ୍କ ପ୍ରେମିକମାନଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଗତ ସେପ୍ଟେମ୍ବର ମାସ ୧୩ ତାରିଖରେ ପ୍ରହ୍ଲାଦ ନିଜ ଘର ଭିତରେ ଦେହରେ କରେଣ୍ଟ ଲଗାଇ ଆତ୍ମହତ୍ୟା କରିଥିଲେ ।

ତେବେ ଭିଣୋଇଙ୍କ ମୃତ୍ୟୁ ବିଷୟରେ ଜାଣିବା ପରେ ଧନବାଈଙ୍କ ଭାଇ ଲାଲ୍‌ଜୀ ଗାନ୍ଧୀଧାମ ବି ଡିଭିଜନ ଥାନାରେ ତାଙ୍କ ଭଉଣୀ ଓ ତିନି ପ୍ରେମିକଙ୍କ ନାଁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ୍‌ ୪ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Related Posts