ଜନ୍‌ସନ୍‌ ବେବି ପାଉଡର୍‌ରେ କ୍ୟାନ୍‌ସର୍‌ ସୃଷ୍ଟିକାରୀ ଆଜ୍‌ବେଷ୍ଟସ୍‌ ମିଶ୍ରଣ ? ‘CDSCO’ କହିଲା ପ୍ରସଙ୍ଗ ବିଚାରାଧୀନ

ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ପକ୍ଷରୁ ଏହି ରିପୋର୍ଟକୁ ମିଥ୍ୟା ଓ ଅତିରଞ୍ଜିତ ବୋଲି କୁହାଯାଇଛି ।

ଆମେରିକୀୟ କମ୍ପାନି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପକ୍ଷରୁ ନିର୍ମିତ ଛୋଟଛୁଆଙ୍କ ଦେହଲଗା ପାଉଡର୍‌ରେ କ୍ୟାନସର ରୋଗ ସୃଷ୍ଟିକାରୀ ଆଜ୍‌ବେଷ୍ଟସ୍‌ ମିଶୁଥିବା ପ୍ରସଙ୍ଗ ଏବେ ବିଚାରାଧୀନ ରହିଛି ବୋଲି ଭାରତର କେନ୍ଦ୍ରୀୟ ଔଷଧ ନିୟନ୍ତ୍ରକ ‘CDSCO’ ପକ୍ଷରୁ କୁହାଯାଇଛି ।

ଆମ ଦେଶରେ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ବେବି ପାଉଡର୍‌ ବହୁଳ ବାବେ ବ୍ୟବହାର ହେଉଛି । ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ CDSCO ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ ଏହି ଅଭିଯୋଗ ନେଇ ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରାଯିବ କି, ନାହିଁ ତାହା ଏତେ ଶୀଘ୍ର କୁହାଯାଇପାରିବ ନାହିଁ ।

CDSCO ଅଧିକାରୀ କେ ବଙ୍ଗାରୁ ରାଜନ କହିଛନ୍ତି: ଆମେ ୨୦୧୬ରେ ପାଉଡରର ନମୁନା ପରୀକ୍ଷା କରିଥିଲୁ, କିନ୍ତୁ ସେଥିରେ ସେଭଳି କୌଣସି ସେଭଳି ଆପତ୍ତିଜନକ ଉପାଦାନ ମିଳିଲା ନାହିଁ । ନମୁନା ସବୁ ଭାରତୀୟ ମାନକ ସହ ମେଳ ଖାଇବା ଭଳି ଥିଲା ।

ଗତ ସପ୍ତାହରେ ରିପୋର୍ଟ ପ୍ରକାଶିତ ହେବା ପରେ, ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏ ଯାଏଁ ଭାରତ ସରକାରଙ୍କ ପକ୍ଷରୁ କମ୍ପାନୀ ସହ କୌଣସି ଯୋଗାଯୋଗ କରାଯାଇନାହିଁ । ଗଣମାଧ୍ୟମର ରିପୋର୍ଟ ମିଥ୍ୟା ଓ ଅତିରଞ୍ଜିତ ।

ସମ୍ବାଦ ସରବରାହ ସଂସ୍ଥା ‘ରଏଟର୍‌’ କମ୍ପାନିର ମେମୋ, ଅଭ୍ୟନ୍ତର ରିପୋର୍ଟ ଓ ଅନ୍ୟାନ୍ୟ ଗୋପନୀୟ ଦଲିଲ ଯାଞ୍ଚ କରିଥିଲା । ୧୯୭୧ ରୁ ୨୦୦୦ ମସିହା ଯାଏଁ ପ୍ରସ୍ତୁତ ପାଉଡର୍‌ରେ ସ୍ୱଳ୍ପ ମାତ୍ରାରେ ଆଜ୍‌ବେଷ୍ଟସ୍‌ ଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା ।

Related Posts