ରୁଷ ଟାର୍ଗେଟରେ ମୁଁ ଆଉ ମୋ ପରିବାର; ଭାବୁକ ହୋଇ ଏପରି କହିଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଉପୁଜିଛି । ୟୁକ୍ରେନ ବିରୋଧରେ ରୁଷର ସାମରିକ କାର୍ଯ୍ୟ ଦ୍ୱିତୀୟ ଦିନ ପାଇଁ ଜାରି ରହିଛି । ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ବୋଲୋଦିମିର ଜେଲେସ୍କୀ ବଡ଼ ବୟାନ ଦେଇଛନ୍ତି । ତେବେ ରୁଷର ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭ ସାଧାରଣ ନାଗରିକ ଏବଂ ସୌନ୍ୟଙ୍କ ମୃତ୍ୟୁ ଘଟିଛି। ତଥାପି ରୁଷ ସମ୍ମୁଖରେ ୟୁକ୍ରେନ ମୁଣ୍ଡ ନୁଆଇବ ନାହିଁ । ଏବଂ ୟୁକ୍ରେନର ନେତା ଓ ସୈନିକମାନେ ରୁଷ ସହ ଲଢ଼େଇକରିବାକୁ ପ୍ରସ୍ତୁତ ଅଛନ୍ତି । ଏଥି ସହିତ ରାଷ୍ଟ୍ରପତି ଜଲେସ୍କୀ କହିଛନ୍ତି ଯେ ସେ ଶତ୍ରୁମାନଙ୍କର ଏକ ନମ୍ବର ଟାର୍ଗେଟ ଏବଂ ଏହା ପରେ ତାଙ୍କ ପରିବାର ଶତ୍ରୁମାନଙ୍କର ଟାର୍ଗେଟ। ଏକ ଭିଡିଓ ବାର୍ତ୍ତାରେ ରାଷ୍ଟ୍ରପତି ବୋଲୋଦିମିର ଜେଲେସ୍କୀ କହିଛନ୍ତି ଯେ ମୁଁ ଶତ୍ରୁର ପ୍ରଥମ ଟାର୍ଗେଟ ଏବଂ ମୋର ଶତ୍ରୁର ଦ୍ୱିତୀୟ ଲକ୍ଷ୍ୟ ହେଉଛି ମୋର ପରିବାର।

ସେମାନେ ୟୁକ୍ରେନର ମୁଖ୍ୟଙ୍କୁ ହଟାଇ ରାଜନୈତିକ ଦୃଷ୍ଟିରୁ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ମୁଁ ରାଜଧାନୀରେ ରହିବି ଜ୍ଝ ମୋ ପରିବାର ମଧ୍ୟ ୟୁକ୍ରେନରେ ଅଛନ୍ତି। ଏହି ସଙ୍କଟ ସମୟରେ ନାଟୋ, ଆମେରିକା ଏବଂ ବିଶ୍ୱର ଅନ୍ୟ ଦେଶମାନେ ଗ୍ରହଣ କରୁଥିବା ଶାନ୍ତ ଆଭିମୁଖ୍ୟ ବିଷୟରେ ୟୁକ୍ରେନ ମଧ୍ୟ କହିଛି। ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ ପ୍ରଥମ ଦିନର ଯୁଦ୍ଧରେ ୧୩୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରୁଷ ସହିତ ଲଢ଼ିବା ପାଇଁ ୟୁକ୍ରେନ ଏକାକୀ ରହିଯାଇଛି।

Related Posts