‘ମୁଁ ଦ୍ୱାଦଶ ଫାଇନାଲ୍‌ ପରୀକ୍ଷାରେ ୯୦% ଉପରେ ମାର୍କ ରଖି ପାରିବିନି…ତେଣୁ ମୋର ବଂଚିବାର ଅଧିକାର ନାହିଁ ! ମୋତେ କ୍ଷମା କରିଦେବ ବାପାମା’

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି (IGIT) କ୍ୟାମ୍ପସରେ ଘଟିଛି ଏକ ଅଭାବନୀୟ ଘଟଣା | ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି | ଏନେଇ ସେ ମୃତ୍ୟୁ ପୂର୍ବରୁ ନିଜ ବାପା ମା ଙ୍କୁ ଭୁଲ ମଧ୍ୟ ମାଗିଛନ୍ତି | ନିଜକୁ କ୍ଷମା କରିଦେବା ପାଇଁ ବିନତି କରିଛନ୍ତି | ସେପଟେ ତାଙ୍କ ପୁରା ମୃତ୍ୟୁ କୁ ପରିବାର ଲୋକ ଭାଙ୍ଗି ପଡିଛନ୍ତି | ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି |

ସୂଚନାଯୋଗ୍ୟ, ‘ମୁଁ ଦ୍ୱାଦଶ ଫାଇନାଲ୍‌ ପରୀକ୍ଷାରେ ୯୦ % ଉପରେ ମାର୍କ ଆଣିବାକୁ ଦିନରାତି ପ୍ରସ୍ତୁତି କରିଥିଲି। ମୋର ମାଥ୍‌, ଫିଜିକ୍ସରେ ଭଲ ହୋଇଛି, ହେଲେ କେମିଷ୍ଟ୍ରିରେ ଭଲ କରିପାରିନି। ତେଣୁ ୯୦ % ଉପରେ ମାର୍କ ଆଣିବି ବୋଲି ଭାବି ପାରୁନି। ମୋର ବଞ୍ଚିବାର କୌଣସି ଅଧିକାର ନାହିଁ । ଯଦି ପାରିବ ମୋତେ କ୍ଷମା କରିଦେବ ବାପାମା’ ।’ ଦ୍ୱାଦଶ ରେଜଲ୍ଟ ବାହାରିବା ପୂର୍ବରୁ ନିଜ ପରିବାର ଲୋକଙ୍କ ନିକଟକୁ ଏପରି ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର । ମୃତକ ହେଲେ ଅବିନାଶ ପ୍ରଧାନ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି (IGIT) କ୍ୟାମ୍ପସରେ ଘଟିଛି ।

ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ସେ ସପରିବାର ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ରହୁଥିବା ବେଳେ ଅବିନାଶ ତାଳଚେର ଥର୍ମାଲ ଡିଏଭି (DAV) ସ୍କୁଲର ଛାତ୍ର ଥିଲେ। ସେ ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷା ଦେଇଥିବା ବେଳେ ରେଜଲ୍ଟ ବାହାରିବାକୁ ଅପେକ୍ଷା କରିଥିଲେ। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ବେଳେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର ଲୋକେ।

ଛାତ୍ର ଜଣଙ୍କ ନିଜ ସୋଇସାଇଡ଼ ନୋଟରେ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଥିବା ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କ ବିବେକ ତାଙ୍କୁ ୯୦% ମାର୍କ ରଖିବା ପାଇଁ ବାଧ୍ୟ କରିଥିବା ବେଳେ ସେ ଏପରି ପଦକ୍ଷେପ ଗ୍ରହଣ କରୁଥିବା ନିଜ ସୁଇସାଇଡ଼ ନୋଟରେ ଉଲ୍ଲେଖ କରିଛନ୍ତି ।

ସେପଟେ ଏ ନେଇ ଖବର ପାଇବା ପରେ ପରଜଙ୍ଗ ପୁଲିସ୍‌ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଚଳାଇଛି ।

Related Posts