ଏବେ ନିଜ ଦେଶ ମାଟିର ସୁରକ୍ଷା ପାଇଁ ଲଢେ଼ଇ କରୁଛି ୟୁକ୍ରେନ । ଋଷ ସେନାକୁ କଡ଼ା ଜବାବ ଦେଉଛି । ସେପଟେ ଋଷ ସେନା ପଛ ଘୁଂଚା ଦେବାର ନା ଧରୁନି । ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ଅନେକ ସହରକୁ ନିଜ ଅଧିନକୁ ନେବା ସହ ଧ୍ଵଂସ ଓ ବିଧ୍ଵଂସ ରଚୁଛି ଋଷ ।
ସେପଟେ ଋଷିଆ ସେନାର ବାଟ ଓଗାଳିବାକୁ ରାସ୍ତାକୁ ଚାଲିଆସିଲେ ୟୁକ୍ରେନବାସୀ । ରାଜରାସ୍ତାରେ ଦେଖିବାକୁ ମିଳିଲା ହଜାର ହଜାର ଲୋକଙ୍କ ସମୁଦ୍ର । ହାତରେ ବ୍ୟାନର ପୋଷ୍ଟର ଧରି ରୁଷିଆ ବିରୋଧରେ ଏମାନେ ନାରାବାଜି କରିଛନ୍ତି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନର ସାଧାରଣ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ଆହ୍ୱାନ ଦେବା ସହ ସେମାନଙ୍କ ହାତରେ ହତିଆର ଦେଇଥିଲେ । ଫଳରେ ସାଧାରଣ ଲୋକ ବି ଯୁଦ୍ଧକୁ ଓହ୍ଳାଇ ଆସିଛନ୍ତି । ଏବେ ଯେଉଁମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ରହିଛି ସେମାନେ ଋଷିଆ ସେନା ସହିତ ଯୁଦ୍ଧ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଯାହା ପାଖରେ ହତିଆର ନାହିଁ ସେମାନେ ମଧ୍ୟ ବିରୋଧ ଜାରି ରଖିଛନ୍ତି । ହାତରେ ବ୍ୟାନର ପୋଷ୍ଟର ଧରି ରୁଷିଆ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଳାଇ ଆସି ନାରାବାଜି କରିଛନ୍ତି ।
ଅନ୍ୟପଟେ ୟୁକ୍ରେନରେ ଋଷିଆର ଘମାଘୋଟ ଆକ୍ରମଣ ଜାରି ରହିଛି । ୮ଦିନରେ ପହଞ୍ଚିଛି ଉଭୟ ରାଷ୍ଟ୍ରର ଲଢେଇ । ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ ।
