ମୁଁ ବିଜେପିକୁ ଠୁକୁରେଇ ସାରିଛି ତେଣୁ ଫେରିବାର ପ୍ରଶ୍ନ ନାହିଁ- ମୌର୍ଯ୍ୟ, କାମ ଦେଲାନି ଅମିତ ଶାହାଙ୍କ ଷ୍ଟ୍ରାଟେଜି

ଉତ୍ତରପ୍ରଦେଶ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଦେବା ପରେ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସ୍ୱାମୀଙ୍କ ଇସ୍ତଫା ପରେ ହିଁ ସେ କେଉଁ ଦଳକୁ ଯିବେ ? ବିଜେପିକୁ ଫେରିବେ କି ନାହିଁ ? ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଥିଲା । ଏହା ମଧ୍ୟରେ ସ୍ୱାମୀ ବିଜେପିକୁ ଫେରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେଇଛନ୍ତି। ତେବେ ସେ ବିଜେପିକୁ ଠକ୍କର ମାରି ଦଳରୁ ବାହାରିଛନ୍ତି । ତେଣୁ ପୁଣିଥିରେ ଫେରିଯିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।

ସେପଟେ ଇସ୍ତଫା ପରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେବେ ବୋଲି କଳ୍ପନା ଜଳ୍ପନା ଚାଲିଥିଲା । ଏହା ମଧ୍ୟରେ ମୌର୍ଯ୍ୟ ତାଙ୍କ ସମର୍ଥକଙ୍କ ସହ କଥାବାର୍ତ୍ତା କରି, ତାଙ୍କର ଆଗାମୀ ଯୋଜନା ବିଷୟରେ ୧୪ ତାରିଖରେ ସୂଚନା ଦେବେ ବୋଲି କହିଛନ୍ତି । ଅନ୍ୟପଟେ ତାଙ୍କୁ ମନାଇବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଡେପୁଟି ସିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମୋର ଇସ୍ତଫା ଦେବା ପରେ ବିଜେପିରେ ଭୂକମ୍ପ ସୃଷ୍ଟି ହୋଇଛି ।

ଏପରିକି ମୋତେ ମନାଇବା ପାଇଁ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେଶବ ପ୍ରସାଦ ମୌର୍ଯ୍ୟ ମୋର ସାନ ଭାଇ । ରାଜ୍ୟର ଅନେକ ମନ୍ତ୍ରୀମାନେ ଏବଂ ବିଧାୟକମାନେ ମଧ୍ୟ ମୋ ସହିତ ଆସିବେ । ମୁଁ ମୋର ପରବର୍ତ୍ତୀ ନିଷ୍ପତ୍ତି ଆସନ୍ତା ୧୪ ତାରିଖ କହିବି ବୋଲି ସ୍ୱାମୀ ସ୍ପଷ୍ଟ କରିଛନ୍ତି ।

Related Posts