ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲା; ‘କଂଗ୍ରେସର କିଏ ସେ ନେତା ଯାହା ଇସାରାରେ କାମ କରୁଥିଲେ ପଞ୍ଜାବର ପୋଲିସ ଡିଜି’-ସ୍ମୃତି ଇରାନୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରପତ୍ତାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଏହି ମାମଲା ଦେଶର ସବୋର୍ଚ୍ଚା କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ସାମ୍ବାଦିକ ସମ୍ମିଳନୀ କରି ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ତେବେ ପଞ୍ଜାବର ଡିଜିପି କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଦଳକୁ କହିଛନ୍ତି ଯେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଏବଂ ମାର୍ଗ ସୁରକ୍ଷିତ ଅଛି। ପଞ୍ଜାବର କଂଗ୍ରେସ ସରକାରର ବରିଷ୍ଠ ଅଧିକାରୀମାନେ କିଏ, ଯେଉଁମାନେ ଏହି ସତର୍କତା ପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କୌଣସି ପଦକ୍ଷେପ ନେଉ ନାହାଁନ୍ତି ?

ପଞ୍ଜାବର ମୁଖ୍ୟମନ୍ତ୍ରୀ କାହିଁକି ଏ ବିଷୟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଜଣାଇଲେ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରୋଟୋକଲ ଏବଂ ଉଲ୍ଲଂଘନ ବିଷୟରେ ପଞ୍ଜାବ ସିଏମ ଏକ ଘରୋଇ ଦଳକୁ କାହିଁକି ଜଣାଇଲେ? ଗାନ୍ଧୀ ପରିବାରର ଅଂଶବିଶେଷ ଥିବା ବେସରକାରୀ ନାଗରିକ କାହିଁକି ଏଥିରେ ଆଗ୍ରହୀ? ଏପରି ଅନେକ ପ୍ରଶ୍ନ ସାମ୍ବାଦିକ ସମ୍ମିଳନୀରେ କରି ପଞ୍ଜାବ ସରକାରଙ୍କୁ ଘେରିବାକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଚେଷ୍ଟା କରିଛନ୍ତି । ସେପଟେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଛନ୍ତି।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ସମଗ୍ର ଘଟଣାର ତଦନ୍ତ କରିବ। ଅନୁସନ୍ଧାନ କମିଟିରେ ଚଣ୍ଡିଗଡ଼ ଡିଜିପି, ଏନଆଇଏର ଆଇଜି, ପଞ୍ଜାବର ରେଜିଷ୍ଟ୍ରାର ଜେନେରାଲ ଏବଂ ପଞ୍ଜାବର ହରିୟାଣା ହାଇକୋର୍ଟ ଅନ୍ତର୍ଭୁକ୍ତ। ଏଥିସହ ପଞ୍ଜାବ ଏବଂ କେନ୍ଦ୍ର ସରକାର ଗଠନ କରିଥିବା କମିଟିଗୁଡ଼ିକୁ ତଦନ୍ତ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts