୨୦୧୯ ସେକ୍ସ୍ ସ୍କାଣ୍ଡାଲର ପେନ୍ ଡ୍ରାଇଭ ମୋ ପାଖରେ ଅଛି; କମଲ ନାଥ , ବିଜେପି ଶିବିରରେ ଛନକା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସେପ୍ଟେମ୍ବର ୨୦୧୯,  ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନର ଜଣେ ଇଂଜିନିୟର ପୋଲିସ ନିକଟରେ ଏକ ମାମଲା ଦାୟର କରିଥିଲେ । ଆଉ ଜଣେ ଯୁବତୀ ତାଙ୍କ ଅଶ୍ଲୀଳ ଭିଡିଓ ଦେଖାଇ ତାଙ୍କୁ ୩ କୋଟି ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ । ଯେଉଁଠୁ ଆରମ୍ଭ ହୋଇଥିଲା ଏହି ବହୁଚର୍ଚ୍ଚିତ ମଧ୍ୟପ୍ରଦେଶ ହନିଟ୍ରାପର କାହାଣୀ। ଏହି ଘଟଣାରେ ପୋଲିସ ଜଣେ ଯୁବତୀକୁ ଗିରଫ ମଧ୍ୟ କରିଥିଲା । ହେଲେ ଏହି ହନିଟ୍ରାପ୍ ପଛରେ ଥିଲେ ବହୁ ବଡ ବଡ ନେତା , ମନ୍ତ୍ରୀ ଓ ଅଫସିର। ଆଉ ତାକୁ ନେଇ ସେହି ସମୟରେ ରାଜନୀତି ସରଗରମ ହୋଇ ଉଠିଥିଲା । କିନ୍ତୁ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏକ ବୟାନକୁ ନେଇ ଭାରତୀୟ ଜନତା ପାର୍ଟି କ୍ୟାମ୍ପ୍ ରେ ଛନକା ପଶିଛି। କମଲନାଥଙ୍କ ବୟାନ ପରେ ଏବେ ପୁଣି ଥରେ ସରଗରମ ହୋଇ ଉଠିଛି ମଧ୍ୟପ୍ରଦେଶ ରାଜନୀତି। ୨୦୧୯ ର ବହୁଚର୍ଚ୍ଚିତ ମଧ୍ୟପ୍ରଦେଶ ହନିଟ୍ରାପ ସ୍କାଣ୍ଡାଲ୍ ର ଏକ ପେନ୍ ଡ୍ରାଇଭ୍ କମଲ ନାଥ ରଖିଥିବା ନେଇ ସେ ଦାବି କରିଛନ୍ତି। ଆଉ ତାଙ୍କର ଏହି ବୟାନକୁ ନେଇ ମଧ୍ୟପ୍ରଦେଶ ଭାରତୀୟ ଜନତା ପାର୍ଟି ଶିବିରରେ ଭୂ-ଚାଳ ଆସିଛି। ଗୁରୁବାର ଦିନ ୪୦ ବର୍ଷିୟ ମହିଳାଙ୍କ ଆତ୍ମହତ୍ୟା ମାମଲାରେ ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଉମାଙ୍ଗ ସିଙ୍ଗରଙ୍କ ବିରୋଧରେ ଏଫଆଇଆର ପ୍ରସଙ୍ଗ ଉଠିବା ପରେ ଶିବରାଜ ସରକାରଙ୍କୁ କଡା ଭର୍ତ୍ସନା କରିଥିଲା କଂଗ୍ରେସ। ଭାରତୀୟ ଜନତା ପାର୍ଟି ଏଭଳି ସମୟରେ ଡାର୍ଟି ପଲିଟିକ୍ସ କରୁଥିବା ଅଭିଯୋଗ କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ କମଳନାଥ ହନିଟ୍ରାପ ସ୍କାଣ୍ଡାଲ୍ ର ଏକ ପେନ୍ ଡ୍ରାଇଭ୍ ରଖିଥିବା ଖୁଲାସା କରିଥିଲେ। ଏପଟେ ଏହାର ଜବାବରେ ବିଜେପି ରାଜ୍ୟ ସଭାପତି ଭି.ଡି ଶର୍ମା କହିଛନ୍ତି, “କମଲ ନାଥ ରାଜ୍ୟ ସରକାରଙ୍କୁ ବ୍ଲାକମେଲ କରୁଛନ୍ତି । ସେ ପ୍ରଥମେ  ପେନ୍ ଡ୍ରାଇଭ୍ କେଉଁଠାରୁ ପାଇଛନ୍ତି ତାହାର ଖୁଲାସା କରନ୍ତୁ ବୋଲି ସେ ଦାବି କରିଛନ୍ତି। କମଲନାଥ ସିଏମ୍ ଥିବାବେଳେ ସରକାରୀ କଳର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଯଦି ତାଙ୍କ ପାଖରେ କୌଣସି ରାଜନେତା କିମ୍ବା ଅଫିସରଙ୍କ ବିରୁଦ୍ଧରେ ପ୍ରମାଣ ଥିଲା ତେବେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇଳଥିଲେ ବୋଲି ବିଜେପି ରାଜ୍ୟ ସଭାପତି ପ୍ରଶ୍ନ କରିଛନ୍ତି। ତେବେ ଶୁକ୍ରବାର ଦିନ କମଲନାଥ ଏକ ସ୍ପଷ୍ଟୀକରଣ ଦେଇଛନ୍ତି: “ ଅନେକ ସାମ୍ବାଦିକ ଏବଂ ଅନ୍ୟମାନଙ୍କ ପାଖରେ ହନିଟ୍ରାପ୍ ସ୍କାଣ୍ଡଲର ଏକ ପେନ୍ ଡ୍ରାଇଭ ଅଛି।  ଏହା ପ୍ରଥମେ ପେନ୍ ଡ୍ରାଇଭରେ ହୋଇଥିଲା, ପରେ ମାମଲା ପୋଲିସ ଏବଂ କୋର୍ଟକୁ ଯାଇଥିଲା। ” ବୋଲି ସେ କହିଛନ୍ତି। ୨୦୧୯ର ଏହି ବହୁ ଚର୍ଚ୍ଚିତ ସେକ୍ସ୍ ସ୍କାଣ୍ଡାଲ ମାମଲାରେ ଜଡିତ ଥିବା ରାଜନେତାଙ୍କ ନାମ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରି ନାହିଁ।

Related Posts