ମୁଁ ଇସ୍‌ଲାମ୍‌ ଧର୍ମ କୁ ପସନ୍ଦ କରୁଛି, କାରଣ ଏହି ଧର୍ମରେ ଜଣେ ପୁରୁଷ ୪ ଜଣ ମହିଳାଙ୍କୁ ବିବାହ କରିପାରିବେ: ୟୁଗାଣ୍ଡାର ପ୍ରସିଦ୍ଧି ଗାୟକ ୱାଇକ୍ଲିଫ ତୁଗୁମେ

ନୂଆଦିଲ୍ଲୀ:ଅନେକ ସମୟରେ ଚର୍ଚାରେ ରହି ଆସୁଥିବା ୟୁଗାଣ୍ଡାର ପ୍ରସିଦ୍ଧି ଗାୟକ ୱାଇକ୍ଲିଫ ତୁଗୁମେ ଓରଫ ୟକି ବେଣ୍ଡା ୟକି ଏବେ ବେଶ ଚର୍ଚାରେ ଅଛନ୍ତି | ସେ ଇସ୍‌ଲାମ୍‌ ଧର୍ମ କୁ ପ୍ରଶଂସା କରି ଚର୍ଚା ସାଉଣ୍ଟିଛନ୍ତି | ସେ ଇସ୍‌ଲାମ୍‌ରେ ଧର୍ମାନ୍ତରଣ କରିବାକୁ ଚାହୁଁଛନ୍ତି । ଇସଲାମ ଧର୍ମ ପରିବର୍ତ୍ତନ କରିବାର ସେ କାରଣ କହିଛନ୍ତି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସ୍ଥାନୀୟ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଇସଲାମ ଧର୍ମ ଏଇଥି ପାଇଁ ପସନ୍ଦ କରୁଛନ୍ତି ଯେ, ଏଥିରେ ଅନେକ କଥା ସ୍ୱତନ୍ତ୍ର । ଉଦାହରଣ ସ୍ୱରୂପ ଆପଣ ୪ ଜଣ ମହିଳାଙ୍କୁ ବିବାହ କରିପାରିବେ । ନିକଟରେ ହୋଇଥିବା ଇଦ୍ ସମାରୋହ ସମୟରେ ମୁସଲମାନମାନଙ୍କୁ ଖାଦ୍ୟ ବାଣ୍ଟିବା ସମୟରେ ୟକୀ ନିଜର ଏହି ଇଚ୍ଛା ସଂପର୍କରେ ଗଣମାଧ୍ୟମକୁ କହିଥିଲେ । ସେ କହିଛନ୍ତି ଯେ, ତାଙ୍କୁ ଏହା ଦେଖି ଖୁସି ଲାଗୁଛି ଯେ, ଇସଲାମିକ ବିବାହରେ ସମସ୍ତ ସ୍ତ୍ରୀମାନେ ଅନ୍ୟ ସହିତ ବିନା ଲଢ଼େଇରେ ଏକାଠି ହୋଇ ମିଳାମିଶା କରି ରୁହନ୍ତି । ଅନ୍ୟ ଧର୍ମରେ ବୋଧେ ଏମିତି ହୋଇପାରି ନଥାଏ ।

ସୂଚନାଯୋଗ୍ୟ, ବିଶ୍ୱବ୍ୟାପୀ ଅନେକ ଧର୍ମର ଲୋକେ ବସବାସ କରୁଛନ୍ତି । କିନ୍ତୁ ସବୁଧର୍ମର ପରଂପରା ଭିନ୍ନ ହୋଇଥାଏ | ସବୁ ଧର୍ମର ନିଜର କିଛି କିଛି ମହତ୍ୱ ରହିଛି | ଯାହା ଅନ୍ୟ ଧର୍ମକୁ ଆକୃଷ୍ଠ କରିବା ସହ ଅନ୍ୟ ଧର୍ମର ପରଂପରାକୁ କିଛି ଲୋକଙ୍କୁ ପ୍ରଭାବିତ ମଧ୍ୟ କରିଥାଏ । ଅନେକ ଲୋକ ଧର୍ମପରିବର୍ତ୍ତନ କରିବାକୁ ମଧ୍ୟ ଚାହିଁଥାନ୍ତି ।

ସୂଚନାଯୋଗ୍ୟ, ତେବେ ଏହାରି ମଧ୍ୟରେ ୟୁଗାଣ୍ଡାର ଏହି ଗାୟକ ଅନେକ ସମୟରେ ବିବାଦ ଘେରକୁ ଆସିଥାନ୍ତି । ଜଣେ ପିଲାର ବାପା ହୋଇଥିଲେ ମଧ୍ୟ ମହିଳାମାନଙ୍କ ସହିତ ତାଙ୍କର ସଂପର୍କ ଯୋଡ଼ି ହୋଇଥାଏ ଓ ପରେ ଭାଙ୍ଗିଯାଇଥାଏ । ଏହି କାରଣରୁ ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି । ୟକି ହେଉଛନ୍ତି ଜେଣ କ୍ୟାମିକାଲ ଇଞ୍ଜିନିୟରିଂ ଛାତ୍ର । କିନ୍ତୁ ସେ କୌଣସି କାର୍ଯ୍ୟାଳୟରେ କାମ କରିନାହାନ୍ତି ।

Related Posts