
ନୂଆଦିଲ୍ଲୀ: ଥରିଲା ଜମ୍ମୁ କଶ୍ମୀର | ଗୁରୁବାର ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୫.୩ ରହିଛି | ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକସ୍ଥାନ ଥିଲା ବୋଲି କୁହାଯାଉଛି ।
ଜମ୍ମୁ କଶ୍ମୀରରେ ସକାଳ ୫ଟା ୩୫ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ଲୋକେ ଭୂକମ୍ପ ଝଟକା ଅନୁଭବ କରିବା ପରେ ବ୍ୟସ୍ତ ହୋଇପଡ଼ିଛନ୍ତି । ଭୋର ସକାଳୁ ହୋଇଥିବାରୁ ରାଜ୍ୟର ଅଧିକ ଲୋକ ଘର ଭିତରେ ଶୋଇଥିଲେ । ଯେଉର୍ମାନେ ସକାଳ ବୁଲା ପାଇଁ ବାହାରିଥିଲେ, ସେମାନେ ଭୂକମ୍ପ ସଂପର୍କରେ ଅବଗତ ହେବା ପରେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ ।
ତେବେ ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ । ଭୂକମ୍ପର କେନ୍ଦ୍ର ତାଜିକସ୍ତାନରେ ୧୭୦ କିମି ଗଭୀରରେ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ କଶ୍ମୀରରେ ଗତ ୧୮ ତାରିଖ ଦିନ ଭୂକମ୍ପ ଅନୁଭୂତ ହୋଇଥିଲା । ସେହି ସମୟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ମପାଯାଇଥିଲା ।