ବିଶ୍ୱକପ ଫାଇନାଲ; ଭାରତର ବ୍ୟାଟିଂ ବିପର୍ଯୟ, ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ୱକପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲରେ ଭାରତର ବ୍ୟାଟିଂ ବିପର୍ଯୟ। ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଅଲଆଉଟ ହେଲା ଟିମ ଇଣ୍ତିଆ । ୫୦ ଓଭରରେ ୨୪୦ ରନରେ ସୀମିତ ରହିଲା ଭାରତ । ୨୪୧ ରନ କଲେ ଷଷ୍ଠ ଥର ବିଶ୍ୱ ବିଜେତା ହେବ ଅଷ୍ଟ୍ରେଲିଆ । କେଏଲ ରାହୁଲ ୬୬ ରନ ସହ ସର୍ବୋଚ୍ଚ ସ୍କୋରର୍ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୫୪ ରନ କରି ଅର୍ଦ୍ଧଶତକ ପୂରଣ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ୪୭ ରନ କରି ଆଉଟ ହୋଇଛନ୍ତି ।

ତେବେ ଆଜି ଭାରତ ପାଇଁ ବିସ୍ଫୋରକ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା । କିନ୍ତୁ ଶୁବମାନ ଗିଲ ମାତ୍ର ୭ ବଲରୁ ୪ ରନ କରି ଆଉଟ ହୋଇ ଯାଇଥିଲେ । ପରେ ପରେ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ପାୱାର ପ୍ଲେରେ ଭଲ ଖେଳିଥିଲେ । ରୋହିତ ପ୍ରଥମେ ଦ୍ରୁତ ଖେଳିଥିବା ବେଳେ, ପରେ ପରେ ବିରାଟ ମଧ୍ୟ ସଟ୍ ମାରିଥିଲେ । କିନ୍ତୁ ୪୭ ରନ କରି ରୋହିତ ଶର୍ମା ଆଉଟ ହୋଇ ଯାଇଥିଲେ । ଏଣୁ ଭାରତର ରନ ସଂଗ୍ରହ ହାର ଧିମେଇ ଯାଇଥିଲା । ଶ୍ରେୟାସ ଆୟର ଖରାପ ସଟ ଖେଳି ମାତ୍ର ୪ ରନରେ ପାଙିଲିୟନ ଫେରି ଯାଇଥିଲେ । କିନ୍ତୁ ଏହା ପରେ ଭାରତର ବ୍ୟାଟିଂ ଲାଇନ ଅପ୍ ଭୁସୁଡ଼ି ଯାଇଥିଲା । କେବଳ ରାହୁଲଙ୍କୁ ଛାଡ଼ ଅନ୍ୟ କୌମସି ବ୍ୟାଟର ଯୋଗଦାନ ଦେଇ ପାରିନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡ଼େଜା ୯ ରନ, ସୂର୍ଯ୍ୟକୁମାର ଯାଦବ ୧୮ ରନ, ମହମ୍ମଦ ସାମି ୬ ରନ କରିଥିଲେ । ସେହିପରି ଜଶପ୍ରୀତ ବୁମରା ମାତ୍ର ୧ ରନ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ ୧୦ ରନରେ ରନ ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ମାତ୍ର ୯ ରନ କରିଥିଲେ ।

Related Posts