ଓଡ଼ିଶା ଆସି ସବୁ ବିଧାୟକଙ୍କ ସହ ମୁହାଁମୁହିଁ କଥା ହେବି; ଯିଏ ଗ୍ରହଣୀୟ ହେବ ସେ ପରବର୍ତ୍ତୀ ସଭାପତି ହେବେ: ଚେଲ୍ଲା କୁମାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କଂଗ୍ରେସ ଦଳର ସଭାପତିକୁ ନେଇ ଦଳୀୟକର୍ମୀଙ୍କ ମଧ୍ୟରେ ବୟାନ ବାଜି ଚାଲିଛି । ଏହା ମଧ୍ୟରେ ପିସିସି ସଭାପତି କିଏ ହେବ ? ସେନେଇ ମୁହଁ ଖୋଲିଛନ୍ତି ଖୋଲିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ତେବେ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ କଂଗ୍ରେସ ନେତାମାନଙ୍କର ମେରିଟ୍ ଏବଂ ଡିମେରିଟ୍ ଦେଖାଯିବ । ଯିଏ ଗ୍ରହଣୀୟ ହେବେ ସେ ପରବର୍ତ୍ତୀ ସଭାପତି ହେବେ।’ ଆସନ୍ତା ସପ୍ତାହରେ ଓଡିଶା ଯାଇ ବିଧାୟଙ୍କ ସହକଥା ହେବି । ସମସ୍ତ ବିଧାୟକଙ୍କ ସହିତ ମୁହାଁମୁହିଁ ଆଲୋଚନା କରିବ। ବିଧାୟକମାନେ ଦିଲ୍ଲୀ ଆସିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଚେଲ୍ଲା କୁମାର କହିଛନ୍ତି।

ସେପଟେ ଚେଲ୍ଲା କୁମାରଙ୍କ ବୟାନ ପରେ ଖୁବଶୀଘ୍ର ଓଡିଶା ପିସିସି ସଭାପତି ପରିବର୍ତ୍ତନ ହେବ ତାହା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ସପ୍ତାହରେ ହିଁ ନୂଆ ପ୍ରଦେଶ କଂଗ୍ରେସ ସଭାପତି ଚୟନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସଭାପତି ଦୌଡରେ ଆଗରେ ରହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ତାଙ୍କ ବ୍ୟତୀତ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଜୟଦେବ ଜେନାଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts