ଆଇଏଏସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ସୋସିଆଲ ମିଡିଆ ପୋଷ୍ଟ, ଦାୟିତ୍ବରୁ ହଟାଇଲେ ନିର୍ବାଚନ କମିଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଇଏଏସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ ପୋଷ୍ଟ କରିବା ।ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟତା ପାଇଁ ସରକାରୀ ଦାୟିତ୍ବ ପାଇବା କଥା ପୋଷ୍ଟ୍‌ କରିଥିଲେ ଉତ୍ତର ପ୍ରଦେଶ ୨୦୧୧ ବ୍ୟାଚ୍‌ର ଜଣେ ଆଇଏଏସ ଅଧିକାରୀ ଅଭିଶେକ ସିଂହ । ବର୍ତ୍ତମାନ ତାଙ୍କୁ ତାଙ୍କ ଦାୟିତ୍ବରୁ ମଧ୍ୟ ହଟାଇଛନ୍ତି ନିର୍ବାଚନ କମିଶନର ।

ଉତ୍ତର ପ୍ରଦେଶ ୨୦୧୧ ବ୍ୟାଚ୍‌ର ଅଭିଶେଷ ସିଂହ ନାମକ ଆଇଏଏସ ଅଧିକାରୀ ଗୁଜରାଟର ଅହମ୍ମଦାବାଦରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ । ଏହାପରେ ଫଟୋ ସହ ଗୁଜରାଟ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବ ନେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପୋଷ୍ଟରେ ସେ କେତେକ ଟ୍ୟାଗ୍‌ର ମଧ୍ୟ ବ୍ୟବହାର କରିଥିଲେ । #Elections 2022 #GujaratElections2022 #NoVoterTobeleftBehindNovember ଭଳି ଟ୍ୟାଗ୍‌ ବ୍ୟବହାର କରିଥିଲେ । ଏହାପରେ ଗୁଜରାଟ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବରୁ ତାଙ୍କୁ ମୁକ୍ତ କରିଛନ୍ତି ନିର୍ବାଚନ କମିଶନର ।

ଆଇଏଏସ ଅଧିକାରୀଙ୍କ ଏଭଳି ପୋଷ୍ଟକୁ ନେଇ ଜାତୀୟ ନିର୍ବାଚନ ଆୟୋଗ ଗୁଜରାଟ ନିର୍ବାଚନ ଆୟୋଗଙ୍କୁ କଡ଼ା ଶବ୍ଦରେ ଚିଠି କରିଥିଲେ । ଚିଠିରେ କୁହାଯାଇଥିଲା ଯେ, ଜଣେ ଆଇଏଏସ ଅଧିକାରୀ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ବ ମିଳିବା ପରେ ଲୋକପ୍ରିୟତା ପାଇଁ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି ଯାହାର କୌଣସି ଆବଶ୍ୟକତା ନଥିଲା ।

ଏହାକୁ ଗୁରୁତରର ସହ ନେଇ ଗୁଜରାଟ ନିର୍ବାଚନ ଆୟୋଗ ତୁରନ୍ତ ଆଇଏଏସ ଅଧିକାରୀଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବରୁ ମୁକ୍ତ କରିଛନ୍ତି । ତାସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କୁ କୌଣସି ନିର୍ବାଚନ ଦାୟିତ୍ବ ଦିଆଯିବ ନାହିଁ ବୋଲି କୁହାଯାଇଛି । ଏହାପରେ ଆଇଏଏସ ଅଧିକାରୀ ଅଭିଶେଷ ସିଂହ ତୁରନ୍ତ ଅହମ୍ମଦାବାଦ୍‌ରୁ ବାହାରି ନିଜ ନୋଡାଲ ଅଫିସରଙ୍କ ନିକଟରେ ରିପୋର୍ଟ କରିଛନ୍ତି ।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଏସ ଅଧିକାରୀ ଅଭିଶେଷ ସିଂହ । ସେ କହିଛନ୍ତି, “ଜାତୀୟ ନିର୍ବାଚନ ଆୟୋଗ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ମୁଁ ସମ୍ମାନ କରୁଛି । କିନ୍ତୁ ମୁଁ କରିଥିବା ପୋଷ୍ଟରେ କିଛି ଭୁଲ ନଥିଲା । ଜଣେ ଜନସେବକ ଭାବରେ, ଜନତାଙ୍କ ଗାଡ଼ିରେ ବସି ଜନସେବା ପାଇଁ ରିପୋର୍ଟ କରିଥିଲେ । ଏଥିରେ ଅନ୍ୟ ଅଧିକାରୀ ମଧ୍ୟ ସାମିଲ ଲୋକଙ୍କ ସହ ଯୋଗାଯୋଗ କରିଥାଆନ୍ତେ । ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ୍‌ ନଥିଲା ।”

Related Posts