ଦିନକ ପୂର୍ବରୁ ଇସ୍ତଫା ଦେଇଥିଲେ , ଆଜି ନୂଆ ପଦବୀ ପାଇଲେ

ସତ୍ୟପାଠ ବ୍ୟୁରୋ : ଆଇଏଏସ ଅଧିକାରୀ ଗଗନ ଧଳଙ୍କୁ ମନାଇବାକୁ ପ୍ରୟାସ । ଦିନକ ପୂର୍ବରୁ ଇସ୍ତଫା ଦେଇଥିବା ଧଳ ବାବୁଙ୍କ ଇସ୍ତଫା ଗୃହୀତ କରିବା ବଦଳରେ ତାଙ୍କୁ ସନ୍ତୁଷ୍ଟ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ତାଙ୍କୁ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହାସହ ଏହି ପଦବୀକୁ ମୁଖ୍ୟ ଶାସନ ସଚିବ ପାହ୍ୟା ମାନ୍ୟତା ପ୍ରଦାନ କରାଯାଇଛି ।

ପୂର୍ବରୁ କୃଷି ଉତ୍ପାଦନ କମିଶନର ଥିଲେ ୧୯୮୫ ବ୍ୟାଚର ଆଇଏଏସ ଅଫିସର ଗଗନ ଧଳ । ସେ ଆସନ୍ତା ଡିସେମ୍ବରରେ ଅବସର ନେଇଥାନ୍ତେ । ପ୍ରଶାସନିକ ଅଦଳବଦଳ ବେଳେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ରୂପେ ନିଯୁକ୍ତି ଦିଆଯାଇଥିଲା। ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ଧଳଙ୍କ ନାମ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର୍ ଭାବେ ନିଯୁକ୍ତି ପାଇବା ପାଇଁ ବିଚାର ହେବା କଥା। କିନ୍ତୁ ତାଙ୍କର ବରିଷ୍ଠତାକୁ ଉପେକ୍ଷା କରି ତାଙ୍କ ଠାରୁ କନିଷ୍ଠ ୧୯୮୬ ବ୍ୟାଚର ଆଇଏଏସ୍ ଅଧିକାରୀ ଅସିତ ତ୍ରୀପାଠୀ ଏବଂ ସେହି ବ୍ୟାଚ୍ର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନ୍ର ଭାବେ ନିଯୁକ୍ତି ଦିଆଯାଇଥିଲା । ଯେଉଁଥିପାଇଁ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଛି ।

ସେହିଭଳି ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିସନର ପଦବୀରେ ଅବସ୍ଥାପିତ କରାଯାଇଛି। ଏଥି ସହ ସେ ମଧ୍ୟ ଯୋଜନା ସଂଯୋଜନା ବିଭାଗ ଦାୟିତ୍ୱରେ ରହିବେ। କେବିକେ ମୁଖ୍ୟ ପ୍ରଶାସନ ଭାବେ ସୁଦର୍ଶନ ପାଲ ଠାକୁରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିସନର ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ସେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ରହିବେ। ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଶିଳ୍ପ ସଚିବ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗ ଓ ମନୋଜ ମିଶ୍ରଙ୍କୁ ଇଲେକ୍ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତି ବଭାଗରେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିଭଳି ରୁଦ୍ର ନାରାୟଣ ପଲେଇ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

Related Posts