ବିପଦ ସାଜିପାରେ ଜାହାଜ !

ସତ୍ୟପାଠ ବ୍ୟୁରୋ : ଚିଲିକାରେ ଲାଗିଥିବା ମାଲେସୀୟ ଜାହାଜ ‘ଜିନ ୱା’ରୁ ତେଲ ଲିକ୍ ହେଲେ ବିପଦ ରହିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ସୁରେଶ ମହାପାତ୍ର । ସେ କହିଛନ୍ତି ଜାହାଜରେ ୩୦ହଜାରରୁ ଅଧିକ ଲିଟର ତେଲ ଥିବା ଜଣାପଡିଛି ।

ତେଲ ଲିଙ୍କ ହେବା ନେଇ ଆଶଙ୍କା ଥିବା କୋଷ୍ଟଗାର୍ଡ ସତର୍କ କରାଇଛି । ଜାହାଜରୁ ତେଲ ଲିକ୍ ହେଲେ ଚିଲିକା ଜୈବ ମଣ୍ଡଳ ପ୍ରଭାବିତ ହେବ । ଏହା କ୍ଷତିକାରକ । ଜାହାଜରୁ ତେଲ କାଢ଼ି ନେବାକୁ କୋଷ୍ଟଗାର୍ଡ ପରାମର୍ଶ ଦେବା ପରେ ଆମେ ଯାହାକୁ ଯାହା ଜଣାଇବା କଥା ଜଣାଇଛୁ ।

ସେପଟେ ଜାହାଜରୁ ତେଲ ଲିକ ସମ୍ଭାବନା କମ ଥିବା ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି । ଆମେ ଏସଓପିରେ କାମ କରୁଛୁ ଓ ପୁରୀ ଜିଲ୍ଲାପାଳ ସମ୍ପୃକ୍ତ ଜାହାଜ ଉପରେ ନଜର ରଖିଥିବା ସେ କହିଥିଲେ ।

Related Posts