ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫେରାର ଏସସିବି ଡାକ୍ତରଙ୍କ ୭୦ ଲକ୍ଷର କାର ଜବତ । କୋଭିଡ ଚିକିତ୍ସା ପାଇଁ ସରକାର କିଣିଥିବା ଭେଣ୍ଟିଲେଟର, ଆଇସିୟୁ ମେସିନ ଚୋରି ମାମଲାର ଅନ୍ୟତମ ଅଭିଯୁକ୍ତ ଡାକ୍ତର ଶ୍ରୀକାନ୍ତ କୁମାର ପାତ୍ରଙ୍କର ଦାମୀ ଲ୍ୟାଣ୍ଡ ରୋଭର ଡିସକଭରି କାରକୁ କ୍ୟାପିଟାଲ ଥାନା ପୁଲିସ ଜବତ କରିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଡାକ୍ତର ଶ୍ରୀକାନ୍ତ ଫେରାର ଥିବାବେଳେ ପୁଲିସ ତାଙ୍କ କଟକ ସ୍ଥିତ ବାସଭବନରେ ଚଢ଼ାଉ କରି ଏହି କାରକୁ ଜବତ କରିଛି । କାରର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଡାକ୍ତରଙ୍କ କୌଣସି ଆତ୍ତାପତ୍ତା ପାଇ ପାରୁ ନାହିଁ ପୁଲିସ । ସେପଟେ ସରକାରଙ୍କ ଅଧିନୀରେ ଥାଇ ମଧ୍ୟ ସରକାରଙ୍କ ସାମଗ୍ରୀ ହରିଲୁଟରେ ସମ୍ପୃକ୍ତି ।ନଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି ।
କେବଳ ଶ୍ରୀକାନ୍ତ ନୁହନ୍ତି, ଏହି କାରବାରରେ ସମ୍ପୃକ୍ତ ଥିବା ମୀରା ହସ୍ପିଟାଲର ମୁଖ୍ୟ ଓ ଆଉ କିଛି ଅଭିଯୁକ୍ତ ମଧ୍ୟ ଫେରାର ଥିବା ଜଣାପଡ଼ିଛି । ଅନ୍ୟପଟେ ୬ ଅଭିଯୁକ୍ତ ଧରାପଡ଼ିଥିବାବେଳେ ମୁଖ୍ୟମାନଙ୍କୁ କେବେ ଗିରଫ କରାଯିବ, ତାକୁ ନେି ପ୍ରଶ୍ନ ଉଠିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀକାନ୍ତ ଆଗୁଆ ଜାମିନ ଜାମିନ ପାଇଁ ଆବେଦନ କରିଛନ୍ତି । କୋଭିଡ ଚିକିତ୍ସା ପାଇ କିଣା ଯାଇଥିବା ଭେଣ୍ଟିଲେଟର, ଆଇସିୟୁ ମେସିନକୁ ଚୋରି କରି ବିକ୍ରି ଘଟଣା ସାମ୍ନାକୁ ଆସିବା ପରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସୁରକ୍ଷାକର୍ମୀ, ଠିକାଦାର, ହସ୍ପିଟାଲ ମାଲିକ, କର୍ମଚାରୀଙ୍କୁ ମିଶାଇ ୬ ଜଣଙ୍କୁ ଗିରଫ କରାଯାଇଥିଲା ।





