ଜାତି, ଧର୍ମ ନାମରେ ଘୃଣା ରାଜନୀତି ବନ୍ଦ୍ ନକଲେ ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିବ: ଅଶୋକ ଗେହଲଟ୍

ଭୂଆନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ କଂଗ୍ରେସ ପକ୍ଷରୁ ଆରମ୍ଭ ହେଉଛି ଭାରତ ଯୋଡ ଯାତ୍ରା। ଏହାର ଠିକ୍ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟିକୁ ଜୋରଦାର ଟାର୍ଗେଟ କରିଛନ୍ତି। ଗେହଲଟ୍ କହିଛନ୍ତି ଯେ ଦେଶରେ ଜାତି ଓ ଧର୍ମ ନାମରେ ଘୃଣା ରାଜନୀତି ଚାଲିଛି। ଯଦି ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଦେଶ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିପାରେ। କଂଗ୍ରେସର ‘ଭାରତ ଯୋଡ’ ଯାତ୍ରା ଆରମ୍ଭ ପୂର୍ବରୁ ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ମୁଁ ଚାହୁଁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବୁଦ୍ଧି ଆସୁ ଓ ସେମାନେ ଦେଶର ପ୍ରକୃତ ପରିସ୍ଥିତିକୁ ବୁଝନ୍ତୁ।

କଂଗ୍ରେସର ବରିଷ୍ଠ ନେତା ଗେହଲଟ୍ ଏହା ମଧ୍ୟ କହିଛନ୍ତି ଯେ, ଦଳର ସମସ୍ତଙ୍କ ସମାନ ଭାବନା ରହିଛି ଯେ ରାହୁଲ ଗାନ୍ଧି ପୁଣି ଥରେ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଉଚିତ୍। ରାହୁଲ ଅଧ୍ୟକ୍ଷ ହେବା ସହିତ କଂଗ୍ରେସ ମଜବୁତ ହେବ ଓ ସମସ୍ତେ ଏକାଠି କାମ କରିବେ ଓ ଦେଶ ସମ୍ମୁଖୀନ ହେଉଥିବା ସମସ୍ତ ଆହ୍ୱାନର ମୁକାବିଲା କରିବା ମଧ୍ୟ ସହଜ ହେବ। ଗେହଲଟ୍ ଆହୁରି କହିଛନ୍ତି ଯେ, ‘ସମସ୍ତଙ୍କ ଭିତରେ ପ୍ରେମ, ଭାଇଚାରା ଏବଂ ସୌହାର୍ଦ୍ଦ୍ୟ ରହିବା ଉଚିତ । ଦେଶରେ ଘୃଣା ଓ ହିଂସାର ରାଜନୀତିକୁ ବରଦାସ୍ତ କରାଯିବା ଉଚିତ୍ ନୁହେଁ।’

Related Posts