ଯଦି ଶିବପାଲ ଯାଦବ ସମାଜବାଦୀ ପାର୍ଟିର; ତାହାଲେ ତାଙ୍କ ଦଳକୁ ବନ୍ଦ କରନ୍ତୁ: କେଶବ ଦେବ ମୌର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳର ନେତାମାନେ ପରସ୍ପର ମଧ୍ୟରେ ବୟାନବାଜି ଆରମ୍ଭ କରିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏସପି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ମାମୁଁ ଶିବପାଲ ସିଂ ଯାଦବଙ୍କୁ ଭେଟିଥିଲେ ଏବଂ ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ସମନ୍ୱୟର ଖବର ଆସିଥିଲା। ଶିବପାଳ ଯାଦବ ସମାଜବାଦୀ ପାର୍ଟି ଟିକେଟରେ ଜସୱନ୍ତନଗର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ । ହେଲେ ନିର୍ବାଚନ ପରେ ଅଖିଳେଶ ଯାଦବ ଏବଂ ଶିବପାଲ ଯାଦବଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଥିଲା । ଏପରିକି ବର୍ତ୍ତମାନ ଏସପିଙ୍କ ସହଯୋଗୀମାନେ ମଧ୍ୟ ଶିବପାଲ ଯାଦବଙ୍କୁ ଟାର୍ଗେଟ କରୁଛନ୍ତି। ଏସପିଙ୍କ ସହଯୋଗୀ ମହାନ ଦଳର ଜାତୀୟ ସଭାପତି କେଶବ ଦେବ ମୌର୍ଯ୍ୟ କହିଛନ୍ତି ଯେ, “ଶିବପାଲ ସିଂ ଯାଦବଙ୍କ ଅସନ୍ତୋଷ ଠିକ୍ ନୁହେଁ।

ସେ ଏକ ଦଳର ଜାତୀୟ ସଭାପତି ଅଟନ୍ତି । ଯଦି ଅଖିଳେଶ ଯାଦବ ଜୀ ତାଙ୍କୁ ଏସପି ବିଧାନସଭା ପାର୍ଟି ବୈଠକ ପାଇଁ ଡାକିଥାନ୍ତେ ତେବେ ଏହା ଉପଯୁକ୍ତ ହୋଇନଥାନ୍ତା। ଯଦି ସେ ଏସପିର ବିଧାନସଭା ଦଳରେ ଯୋଗଦେବାକୁ ଚାହାଁନ୍ତି, ତେବେ ସେ ତାଙ୍କ ଦଳକୁ ସମାଜବାଦି ପାର୍ଟିରେ ମିଶ୍ରଣ କରିବା ଉଚିତ। ଯଦି ଅଖିଳେଶ ଯାଦବ ଶିବପାଲ ସିଂ ଯାଦବଙ୍କୁ ଏସପି ବିଧାୟକଙ୍କ ପରି ବ୍ୟବହାର କରିଥାନ୍ତେ ତେବେ ତାହା ଠିକ ହୋଇନଥାନ୍ତା। ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଅଧିକ ବ୍ୟବହାର କରାଯାଇ ନଥିଲା । ଯାହାଫଳରେ ଗଠବନ୍ଧନର କ୍ଷତି ଘଟିଥିଲା । ସେ କହିଛନ୍ତି ଯେ ଆରଏଲଡି ଏବଂ ଓମପ୍ରକାଶ ରାଜଭାରଙ୍କ ପାର୍ଟି ସୁଭାସପିଙ୍କୁ ଯେପରି ଧ୍ୟାନ ଦିଆଯାଉଥିଲା, ଯଦି ତାଙ୍କ ପାର୍ଟିକୁ ସେହିଭଳି ବ୍ୟବହାର କରାଯାଏ ତେବେ ଆଜି ଫଳାଫଳ ଭିନ୍ନ ହୋଇଥାନ୍ତା। ଅନ୍ୟପକ୍ଷରେ ସହଯୋଗୀମାନଙ୍କ ବୈଠକ ସମ୍ପର୍କରେ କେଶବ ଦେବ ମୌର୍ଯ୍ୟ କହିଛନ୍ତି ଯେ ମୋତେ ଏପର୍ୟ୍ୟନ୍ତ ବୈଠକ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ ଶିବପାଲ ଯାଦବଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି । କିଛି ଦିନ ପୂର୍ବରୁ ଶିବପାଲ ସିଂ ଯାଦବ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଯୋଗୀ ଏବଂ ଶିବପାଲଙ୍କ ବୈଠଳର କିଛି ମିନିଟ୍ ପରେ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଅନ୍ୟପକ୍ଷରେ ଶିବପାଲ ସିଂ ଯାଦବ ଯୋଗଦେବା ପ୍ରଶ୍ନରେ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ବିଜେପିରେ ଏପର୍ୟ୍ୟନ୍ତ କୌଣସି ପଦବୀ ଖାଲି ନାହିଁ। ବାସ୍ତବରେ ଅଖିଳେଶ ଯାଦବ ସମାଜବାଦୀ ପାର୍ଟିର ଏକ ବୈଠକ ଡାକିଥିଲେ ଏବଂ ଏଥିରେ ଶିବପାଲ ସିଂ ଯାଦବଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଏହା ଉପରେ ଶିବପାଲ ସିଂ ଯାଦବ ରାଗିଯାଇ କହିଥିଲେ ଯେ ସେ ମଧ୍ୟ ସମାଜବାଦୀ ପାର୍ଟିର ବିଧାୟକ କିନ୍ତୁ ତାଙ୍କୁ ସଭାକୁ ନିମନ୍ତ୍ରଣ କରାଯାଇ ନାହିଁ । ଶିବପାଲଙ୍କ ବିବୃତ୍ତି ପରେ ଏସପି ରାଜ୍ୟ ସଭାପତି କହିଛନ୍ତି ଯେ ଆଜି ଏସପିଙ୍କ ବିଧାୟକଙ୍କ ବୈଠକ, ସହଯୋଗୀ ଦଳର ବିଧାୟକଙ୍କ ବୈଠକ ମାର୍ଚ୍ଚ ୨୮ ରେ ଅନୁଷ୍ଠିତ ହେବ। ଶିବପାଲ ସିଂ ଯାଦବ ପ୍ରଗତିଶେଲ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଏବଂ ଏସପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

Related Posts