ରାଜ୍ୟମାନେ ମଦରୁ ନୁହେଁ ବରଂ ପେଟ୍ରୋଲରୁ ଟିକସ ହ୍ରାସକଲେ ଶସ୍ତା ହେବ ତେଲ: ହରଦୀପ ସିଂ ପୁରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତରେ ତୈଳ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାର ସଧାସଳଖ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ୁଥିବାର ଦେଖିବାକୁ ମିିଳିଛି । ଏହା ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରୀ ହୁରଦୀପ ସିଂ ପୁରୀ ବଡ଼ ବୟାନ ଦେଇଛନ୍ତି । ତେବେ ବିରୋଧୀ ଦଳ ଶାସିକ ରାଜ୍ୟଗୁଡ଼ିକ ଆମଦାନୀ ମଦ ଉପରୁ ଟିକସ ହ୍ରାସ ନକରି ପେଟ୍ରୋଲ ଉପରୁ କମାଇଲେ ତେଲ ଶସ୍ତା ହେବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି । ସେପଟେ ବିଜେପି ଶାସିତ ରାଜ୍ୟରେ ପେଟ୍ରୋଲ ଲିଟର ପ୍ରତି ୧୪ ଟଙ୍କା ୫୦ରୁ ୧୭ ଟଙ୍କା ୫୦ ପଇସା ଭାଟ ଆଦାୟ ହେଉଥିବାବେଳେ ଅନ୍ୟ ଦଳ ଶାସିତ ରାଜ୍ୟରେ ୨୬ରୁ ୩୨ ଟଙ୍କା ସଂଗ୍ରହ କରାଯାଉଛି । ଅନ୍ୟପଟେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଉପରେ ୩୨ ଟଙ୍କା ୨୫ ପଇସା ଭାଟ ସଂଗ୍ରହ କରୁଥିବାବେଳେ ରାଜସ୍ଥାନରେ ୨୯ ଟଙ୍କା ୧୦ ପଇସା ନିଆଯାଉଛି ।

ସେହିପରି ବିଜେପି ଶାସିତ ଉତ୍ତରାଖଣ୍ଡରେ ଭାଟ ୧୪ ଟଙ୍କା ୫୧ ପଇସା ଥିବାବେଳେ ଉତ୍ତରପ୍ରଦେଶରେ ୧୬.୫୦ ରହିଛି ବୋଲି ହରଦୀପ ସିଂ କହିଛନ୍ତି । କେବଳ ଏତିକି ନୁହେଁ ବରଂ ହରିୟାଣାରେ ପେଟ୍ରୋଲ ଉପରେ ୧୮ ପ୍ରତିଶତ ଏବଂ ଡିଜେଲ ଉପରେ ୧୬ ପ୍ରତିଶତ ଭାଟ ସଂଗ୍ରହ କରାଯାଉଛି । ବିରୋଧୀ ଦଳ ଗୁଡ଼ିକ କେବଳ ପ୍ରତିବାଦ ଓ ସମାଲୋଚନା କରିବା ବ୍ୟତୀତ ଲୋକଙ୍କ ସୁବିଧା ପାଇଁ କିଛି କରୁନଥିବାର ଅଭିଯୋଗ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ । ଅନ୍ୟପଟେ ବଢ଼ୁଥିବା ତୈଳ ଦରକୁ ଦୃଷ୍ଟିରେ ରଖିô ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚ୍ଚୁଆଲ ବୈଠକରେ ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ତୈଳ ଦର ଅଧିକ ଥିବାରୁ ଭାଟ କମାଇବାକୁ ପରାମର୍ଶ ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts