ଧରାପଡ଼ିଯିବା ଭୟରେ ପ୍ରାୟ ୨୨ କିମି ବିନା ଟାୟାରରେ ଟ୍ରକକୁ ଚଳାଇଲେ ଅବୈଧ ଗୋ ଚାଲାଣକାରୀ; ଭାଇରାଲ ହେବାରେ ଲାଗିଛି ଭିଡିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାର ଅବୈଧ ଗୋ ଚାଲାଣକୁ ରୋକିବାକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତଥାପି ଏହାକୁ ରୋକିବାରେ ବିଫଳ ହେଉଛନ୍ତି ସରକାର । କାହିଁକିନା ଦିଲ୍ଲୀରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଦିଲ୍ଲୀ ସୀମାରୁ ଗୁରୁଗ୍ରାମକୁ ଏକ ଟ୍ରକରେ ଅବୈଧ ଭାବରେ ଗୋ ଚାଲାଣ କରାଯାଉଥିଲା । ସେପଟେ ଏହାକୁ ଦେଖି ଯେତେବେଳେ ଗୋ ରକ୍ଷକ ତାଙ୍କ ଗାଡ଼ିକୁ ପିଛା କରିଥିଲେ ସେତେବେଳେ ସେମାନେ ନିଜକୁ ରକ୍ଷା କରିବାକୁ ଯାଇ ଭୟରେ ବିନା ଟାୟରରେ ଟ୍ରକକୁ ପାଖାପାଖି ୨୨ କିମି ପର୍ଯ୍ୟନ୍ତ ନେଇଯାଇଥିଲେ । ଏପରିକି ସେମାନେ ବେପାରୁଆ ଭାବରେ ଟ୍ରକଟିକୁ ଚଳାଇବାରେ ଲାଗିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ଏହି ଗୋ ଚୋରା ଚାଲାଣକାରୀମାନେ ମଧ୍ୟ ଗୋ ରକ୍ଷକମାନଙ୍କ ଉପରେ ଲଗାତାର ଗୁଳି ଚଳାଇଥିଲେ ।

ପ୍ରାୟ ୨୨ କିଲୋମିଟର ପର‌୍ୟ୍ୟନ୍ତ, ଗୋ ଚୋରା ଚାଲାଣକାରୀମାନେ ଏପରି କରିଥିଲେ । ୨୨ କିଲୋମିଟର ଗୋଡାଇବା ପରେ ସୋହନା ରାସ୍ତାରେ ଥିବା ଗାମ୍ରୋଜ ଟୋଲ ପ୍ଲାଜା ନିକଟରେ ୫ ଗୋରୁ ଚୋରା ଚାଲାଣକାରୀ ଧରାପଡିଥିବା ବେଳେ ଦୁଇ ଗୋରୁ ଚୋରା ଚାଲାଣକାରୀ ଖସିଯିବାରେ ସଫଳ ହୋଇଥିଲେ। ଗୋ ଚୋରା ଚାଲାଣକାରୀମାନଙ୍କ ଗାଡ଼ିରୁ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଉଦ୍ଧାର କରାଯାଇଥିଲା। ଯେତେବେଳେ ଗୋ ରକ୍ଷକମାନେ ଏହି ଗୋ ଚୋରା ଚାଲାଣକାରୀଙ୍କୁ ଗୋଡ଼ାଉଥିଲେ, ସେତେବେଳେ ଦୁବୃର୍ତ୍ତମାନେ ସମସ୍ତ ଗାଇମାନଙ୍କୁ ତଳେ ପକାଇବାରେ ଲାଗିଥିଲେ । ଯେତେବେଳେ ଗୁରୁଗ୍ରାମ ପୋଲିସକୁ ଏହି ମାମଲା ଦିଆଯାଇଥିଲା, ସେତେବେଳେ ଭଣ୍ଡସୀ ପୋଲିସ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ପାଞ୍ଚ ଜଣ ଗୋ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିଲେ।

ସେପଟେ ଗୁରୁଗ୍ରାମରେ ଗୋ ଚୋରା ଚାଲାଣକାରୀଙ୍କ ଦ୍ୱାରା ଏଭଳି ଆତଙ୍କ ବ୍ୟାପିବାରେ ଏହା ପ୍ରଥମ ଘଟଣା ନୁହେଁ। ଗୋ ଚୋରା ଚାଲାଣ ବିରୋଧରେ ହରିୟାଣା ସରକାର କଡା ଆଇନ ପ୍ରଣୟନ କରିଛନ୍ତି । ଏପରିକି ଏନେଇ ଗୋ ସେବା ଆୟୋଗ ଗଠନ କରାଯାଇଛି । ତଥାପି ଏଭଳି ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts