ଢେଙ୍କାନାଳରେ ଫୁଟିଲା ଗୁଳି: ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଯୁବକ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟାଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାରେ ଫୁଟିଲା ଗୁଳି । ଯୁବକଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଫଳରେ ଏହି ଗୁଳିମାଡ଼ରେ ରବି କୁମାରଙ୍କ ମୃତ୍ୟୁ ଘଟିଛି । ପରେ ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି।

ରବି କୁମାର ଟାଟାଷ୍ଟିଲ ମେରାମଣ୍ଡଳୀ କମ୍ପାନୀରେ ନିୟୋଜିତ ଥିବା ରାକେଶ କଶ୍ୟପ ଆଣ୍ଡ କମ୍ପାନୀ କ୍ରେନ୍‌ ଅପରେଟର ଭାବେ କାମ କରୁଥିବା ସୂଚନା।

ସୋମବାର ମଧ୍ୟାହ୍ନରେ କମ୍ପାନୀରୁ କାମ ସାରି କମ୍ପାନୀ ମୁଖ୍ୟ ଫାଟକକୁ ଲାଗି ରହିଥିବା ତାଳବାହାଳୀ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ କେହି ଦୁର୍ବୃତ୍ତ ରବି କୁମାରଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ରବି କୁମାର। ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଗୁଳିମାଡ଼ କରିଛି ତାହା ସ୍ପଷ୍ଟ ହୋଇନାହିଁ। କଣ୍ଟାବଣିଆ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Related Posts