ସରିଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ: ୩୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର : ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ । ଏହି ବୈଠକରେ ମୋଟ ୩୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ବୈତରଣୀ ନଦୀରେ ୨ଟି ବ୍ୟାରେଜ୍‌ ନିର୍ମାଣ ପାଇଁ କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି । ୨ ଶହ କୋଟି ବ୍ୟୟରେ ୨ଟି ବ୍ୟାରେଜ୍‌ କରାଯିବ । ଯାହା ଫଳରେ ବନ୍ୟା ନିୟନ୍ତ୍ରଣ କରିହେବ ।

ଜଟଣୀ ତହସିଲର ଜାମୁକୋଳିରେ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ ହେବାନେଇ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଯୋଗାଇ ଦେବେ । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତ୍ତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି ।ଏଥିସହ ୮୭୫କୋଟିର ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ମିଳିଛି ମଞ୍ଜୁରୀ । କୋଭିଡ ମହାମାରୀ ପାଇଁ ମନ୍ତ୍ରିସ୍ତରୀୟ କମିଟିର ନିଷ୍ପତ୍ତି ଉପରେ ମୋହର ମରାଯାଇଛି । ରାଜ୍ୟର ଶିଳ୍ପାନୁଷ୍ଠାନକୁ ଚୂନ ପଥର ଯୋଗାଣ ଏଣିକି ସୁନିଶ୍ଚିତ ହେବ । ଏହି ଚୂନ ପଥର ଓଏମସି ଜରିଆରେ ଯୋଗାଇ ଦିଆଯିବ । ସ୍ବେଚ୍ଛାକୃତ ଅବସର ପରେ IRTS ଅଫିସର ମନୋଜ ମିଶ୍ରଙ୍କୁ ମିଳିବ ଚୁକ୍ତିଭିତିକ ନିଯୁକ୍ତି । ସେହି ପଦବୀରେ ରାଜ୍ୟ ସରକାର ନିଯୁକ୍ତି ଦେବେ ।ସେହିପରି ୯ଟି ମେଗା ଲିଫ୍ଟ ପ୍ରୋଜେକ୍ଟକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛନ୍ତି । ୩୬ ମାସ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ସେହିପରି ୧୪ଟି ମେଗା ଲିଫ୍ଟ ପ୍ରୋଜେକ୍ଟ କେନ୍ଦୁଝର ଜିଲ୍ଲାରେ ହେବ । ୧୭ ହଜାର ହେକ୍ଟର ଜମି ଜଳସେଚିତ ହେବ । ଯେଉଁ କମ୍ପାନୀ ଏହି ଟେଣ୍ଡର ନେବ ତାହାକୁ ୧୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ନେବେ ବୋଲି କୁହାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇଟି ପ୍ରସ୍ତାବକୁ ମୋହର ମରାଯାଇଛି । ସୁବର୍ଣ୍ଣପୁର-ବିନିକା ରାସ୍ତାକୁ ଉନ୍ନତିକରଣ କରିବା କାର୍ଯ୍ୟକୁ ଅନୁମୋଦନ ଦିଆଯାଇଛି ।ଭୁବନେଶ୍ୱରରେ ବିଧାୟକଙ୍କ ନିମନ୍ତେ ଗୃହ ନିର୍ମାଣ ପାଇଁ ମଧ୍ୟ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ ଅନୁମୋଦନ ମାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସ୍ପୋର୍ଟସ ହଷ୍ଟେଲରେ ପଢୁଥିବା ପିଲାମାନଙ୍କ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ୧୫ ପ୍ରତିଶତ ଆସନ ସରକ୍ଷଂଣ ବ୍ୟବସ୍ଥା କରାଯାଇଛି । ଯଦ୍ୱାରା ଖେଳ ପ୍ରତି ପିଲାମାନଙ୍କ ଇଛଶକ୍ତି ବୃଦ୍ଧି ଘଟିବ ବୋଲି କୁହାଯାଇଛି ।ସେହିପରି ବିଭିନ୍ନ ବିଭାଗର ସରକାରୀ ଚାକିରି ସର୍ତ୍ତାବଳୀ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମଦୋନ କରିଛି । OPSC ସଦସ୍ୟ ନିଯୁକ୍ତି, ପର୍ଯ୍ୟଟନ ବିଭାଗର ନୂଆ କ୍ୟାଡର ଗଠନ, ସମବାୟ ବିଭାଗରେ କ୍ୟାଡର ପୁନର୍ଗଠନ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହାଛଡ଼ା ଜିଲ୍ଲା ସ୍ତରରେ ପୋଲିସ ସେବା ନିଯୁକ୍ତି, ଓଡ଼ିଶା ସିଭିଲ ସର୍ଭିସ ନିଯୁକ୍ତି ନିୟମାବଳୀ, ଓଡ଼ିଶା ବିଚାର ବିଭାଗୀୟ ସେବା ନିଯୁକ୍ତି ସହ ଜିଲ୍ଲା ଏବଂ ସବ୍ ଓର୍ଡିନେଟ୍ କୋର୍ଟରେ ନିଯୁକ୍ତି ସର୍ତ୍ତବଳୀରେ ସଂଶୋଧନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି

Related Posts