ୟୁକ୍ରେନ ସପକ୍ଷରେ ରାସ୍ତାରେ ପ୍ରଦର୍ଶନ କଲେ ଜୀବନରୁ ମାରିଦେବାର ଧମକ ଦେଲେ ପୁଟିନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୨୨ ଦିନ ଧରି ଯୁଦ୍ଧ ଚାଲିଛି । ବୋମା ଓ ମିସାଇଲ ଆକ୍ରମଣ କରି ଋଷସେନା ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିସାରିଛି । ସେପଟେ ନିଜ ଦେଶରୁ ବି ବିରୋଧରେ ସମ୍ନା କରିବାକୁ ପଡୁଛି ପୁଟିନଙ୍କୁ । ଏନେଇ ହଜାର ହାଜର ଋଷ ନାଗରିକ ଯୁଦ୍ଧକୁ ବିରୋଧ କରି ରାସ୍ତାରେ ପ୍ରଦର୍ଶନ ଜାରି ରଖିଛନ୍ତି । ସେମାନଙ୍କୁ କବଜା ନେବାକୁ ପୁଟିନ ସେମାନଙ୍କୁ ଗିରଫ କରିବା ସହ ପୋଲିସ ସହାୟତାରେ ଆନ୍ଦୋଳନକୁ ରୋକିବାକୁ ପ୍ରୟାସ କରୁଛନ୍ତି । ଏହାରି ଭିତରେ ଯୁଦ୍ଧକୁ ବିରୋଧ କରୁଥିବା ଋଷୀୟ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ କହିଛନ୍ତି କି ଯଦି କୌଣସି ଋଷ ନାଗରିକ ତାଙ୍କ ନିଷ୍ପତ୍ତିକୁ ବିରୋଧ କରେ ତେବେ ସେମାନଙ୍କୁ ସମାପ୍ତ କରିଦିଆଯିବ ।

ପୁଟିନ ଆହୁରି କହିଛନ୍ତି କି ଯଦି କୌଣସି ଋଷ ନାଗରିକ ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ରମାନଙ୍କ ପାଇଁ କାମ କରିବାର ସୂଚନା ମିଳିବ ତେବେ ତାଙ୍କୁ ଜୀବନରୁ ମାରିଦିଆଯିବ । କହିରଖୁ କି କିଛିଦିନ ତଳେ ଏକ ଟିଭି ଚ୍ୟାନେଲରେ ଲାଇଭ ସୋ ଚାଲିଥିବା ବେଳେ ସଂପୃକ୍ତ ଚ୍ୟାନେଲର ଜଣେ ସଂପାଦକ ଯୁଦ୍ଧ ବିରୋଧୀ ପୋଷ୍ଟର ଧରି ସିଧା ସୋ ମଧ୍ୟରେ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟପଟେ ଋଷର ହଜାର ହଜାର ନାଗରିକ ନିଜ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ନିଜ ନିଜ ତରିକାରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।

Related Posts