ଭଦ୍ରକ ଜିଲ୍ଲା ପଦାକଣା ଗାଁରେ ବରଯାତ୍ରୀ ଶୋଭାଯାତ୍ରାରେ ଅଘଟଣ: ଡିଜେରେ ତାର ଲାଗି ଜଣେ ମୃତ, ଦୁଇ ଜଣ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ପଦାକଣା ଗାଁରେ ଘଟିଛି ଏକ ବଡ଼ ଅଘଟଣ । ହସ ଆଉ ଖୁସିର ମହୋଲ ଦୁଃଖରେ ବୁଡିଯାଇଛି । ବାଣ ସାଙ୍ଗକୁ ନାଚ ଓ ଗୀତର ମହୋଲ ମଧ୍ୟରେ ଏକ ବଡ଼ ଅଘଟଣ ଘଟିଛି ।

କନ୍ୟାଘର ଅଭିମୁଖେ ବାହାରିଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା। ଡିଜେ ସାଉଣ୍ଡରେ ଉଚ୍ଛୁଳି ପଡୁଥିଲା ମାହୋଲ। ହେଲେ କେଇ ମୁହୁର୍ତ୍ତରେ ଉତ୍ସବ ମୁଖର ପରିବେଶ ଶୋକାକୂଳ ମାହୋଲରେ ପରିଣତ ହୋଇଛି। ଡିଜେ ସମୟରେ ତାର ଲାଗି ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏମିତି ଅଘଟଣ ଘଟିଛି ଦୁଇ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।

ଡିଜେ ଗାଡି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଏହି ଅଘଟଣ ଘଟିଛି। କକା ବହାଘରରେ ପୁତୁରା ଓ ସାଙ୍ଗଙ୍କୁ କରେଣ୍ଟ ଲାଗିଥିବା ଜଣା ପଡିଛି ।

Related Posts