ଏମ୍ସରେ ଲାଲୁଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ ଏମ୍ସ ରେ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ତଥା ବିହାର ର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଙ୍କୁ ଭେଟିଛନ୍ତି। ରାହୁଲ ଲାଲୁ ଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।ଏନେଇ ଭାରତୀୟ ଯୁବ କଂଗ୍ରେସ ତରଫ ରୁ ଏକ ଭିଡ଼ିଓ ଜାରି କରାଯାଇଛି । ଲାଲୁ ଜୁଲାଇ ୨ ତାରିଖ ରେ ସିଡ଼ି ରୁ ଖସି ପଡ଼ିବା ପରେ ତାଙ୍କୁ ପାଟନା ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନ ସୁଧୁରିବା ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଲାଲୁ ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କ ରେ ଲାଲୁଙ୍କ ପୁଅ ତେଜସ୍ଵୀ ଙ୍କ ସହ କଥା ହୋଇଥିଲେ। ବିହାର ର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ ପାଟନା ରେ ଲାଲୁ ଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କ ରେ ପଚାରି ବୁଝିଥିଲେ।

Related Posts